ଚନ୍ଦ୍ରଯାନ-3କୁ ସ୍ଵାଗତ କଲା ଚନ୍ଦ୍ରଯାନ-2
ଆଉ ମାତ୍ର କିଛି କ୍ଷଣର ଅପେକ୍ଷା । ଯେତେବେଳେ ସାରା ବିଶ୍ଵ କରିବ ଭାରତର ଜୟଗାନ। ସେ ସେ ସମୟ ଆଉ ବେଶୀ ଦୂର ନୁହେଁ । କାହିଁକି ନ ଚନ୍ଦ୍ରଯାନ-3 ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରି ଇସ୍ରୋକୁ ଦେଉଛି ଖୁସି ଖବର । ଏବେ ପୁଣି ଜହ୍ନର କିଛି ନୂଆ ଫୋଟୋ ପଠାଇଛି ଚନ୍ଦ୍ରଯାନ। ଖାଲି ସେତିକି ନୁହେଁ ଏବେ ଚନ୍ଦ୍ରଯାନ-3 ଚନ୍ଦ୍ରର ନିକଟତର ହେବା ପରେ ତାକୁ ବନ୍ଧୁ କହି ସ୍ଵାଗତ କରିଛି ଚନ୍ଦ୍ରଯାନ-2 । ସମୟ ଅତିକ୍ରାନ୍ତ ହେଉଥିବା ବେଳେ ଦୂରତା କମୁଛି । ଧୀରେ ଧୀରେ ଚନ୍ଦ୍ରରେ ଅବତରଣ କରିବାର କାଉଣ୍ଟଡାଉନ ବି ଷ୍ଟାର୍ଟ ହୋଇଗଲାଣି ।
ଚନ୍ଦ୍ରଯାନ-୩କୁ ନେଇ ବଡ଼ ଅପଡେଟ୍ ଦେଇଛି ଇସ୍ରୋ । ଇସ୍ରୋ କହିଛି ଯେ, ଚନ୍ଦ୍ରଯାନ-୨ର ଅର୍ବିଟର ସହ ଚନ୍ଦ୍ରଯାନ-୩ର ସଫଳତାପୂର୍ବକ ସମ୍ପର୍କ ସ୍ଥାପନ ହୋଇଛି । ଚନ୍ଦ୍ରାଯାନ-୨ର ଅର୍ବିଟର ଚନ୍ଦ୍ରାଯନ-୩କୁ ସ୍ୱାଗତ କରିଛି । ଉଭୟ ଯାନ ମଧ୍ୟରେ ସମ୍ବାଦ ହୋଇଛି । ଇସ୍ରୋ ଏଥିସହିତ ଚନ୍ଦ୍ରଯାନ-୩ର ଚନ୍ଦ୍ର ଉପରେ ଲ୍ୟାଣ୍ଡିଂକୁ ନେଇ ତାଜା ଅପଡେଟ୍ ମଧ୍ୟ ଦେଇଛି । ଏହି ଖବର ଆସିବା ପରେ ସବୁ ଭାରତୀୟଙ୍କ ମଧ୍ୟରେ ବଢିଛି ଉତ୍କଣ୍ଠା , ଆଉ ସମସ୍ତେ ବେସ ଚାହିଁ ରହିଛନ୍ତି ସେହି ମୁହୂର୍ତ୍ତକୁ କେତେବେଳେ ଜହ୍ନରେ ନାଁ ଲେଖିବ ଭାରତ ।