ସିକିମରେ ବେହାଲ କରୁଛି ବାଦଲଫଟା ବର୍ଷା !

ଉଛୁଳିଲା ତିସ୍ତା ନଦୀ, ଭାସିଗଲେ ୨୩ଯବାନ !

ବାଦଲଫଟା ବର୍ଷାରେ ବେହାଲ ହୋଇ ପଡିଛି ସିକିମ । ଏମିତିକି ସିକିମରେ ପ୍ରବାହିତ ତିସ୍ତା ନଦୀରେ ବନ୍ୟା ଆସିବା ଫଳରେ ଭାସିଯାଇଛନ୍ତି ୨୩ଜଣ ଯବାନ । ସିକିମରେ ତାଣ୍ଡବ ରଚୁଛି ବାଦଲ ଫଟା ବର୍ଷା । ତିସ୍ତା ନଦୀରେ ଭାସିଗଲେ ୨୩ ଜଣ ଯବାନ। ଏଯାଏଁ ଯବାନଙ୍କ କୌଣସି ପତ୍ତା ମିଳିନାହିଁ । ଉଛଣା ଅନୁସାରେ ପ୍ରବଳ ବର୍ଷା ଯୋଗୁ ତିସ୍ତା ନଦୀର ଜଳସ୍ତର ବଢ଼ିବା ସହ ଅଚାନକ ବନ୍ୟା ଆସିଥିଲା । ବନ୍ୟା ପ୍ରଖର ସ୍ରୋତରେ ଯବାନମାନେ ଭାସି ଯାଇଥିବା ଜଣାପଡିଛି । ନିଖୋଜ ଯବାନଙ୍କ ଖୋଜିବାକୁ ସର୍ଚ୍ଚ ଅପରେଶନ ଜାରି ରହିଛି ।

ସେପଟେ ଘଟଣାକୁ ଦୃଷ୍ଟିରେ ରଖି ପ୍ରଶାସନ ଜାରି କଲା ଫ୍ଲାସ ଫ୍ଲଡ ଆଲର୍ଟ । ଦୁଇ ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯାତାୟତ ନକରିବା ସହ ଘରୁ ନବାହାରିବାକୁ କୁହାଯାଇଛି । ବାଦଲ ଫଟା ବର୍ଷା ଯୋଗୁ ବଡ଼ ଧରଣର ବିପର୍ଯ୍ୟୟ ଆଶଙ୍କା କରାଯାଉଛି । ଆହୁରି ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସିକିମରେ ଏପରି ଭୟଙ୍କର ବର୍ଷା ପୁରା ରାଜ୍ୟକୁ ସ୍ତବ୍ଧ କରିଛି ।