ବର୍ଷାରେ ବେହାଲ ଚେନ୍ନାଇ

ଦିନକ ପାଇଁ ଛୁଟି ଘୋଷଣା

ବର୍ଷାରେ ବେହାଲ ତାମିଲନାଡୁ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ବର୍ଷା ଯୋଗୁଁ ଚୋନ୍ନାଇର ଅବସ୍ଥା ଗମ୍ଭୀର ହେବାରୁ ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଭିଲୁପୁରମ, ଆରିୟୁଲର, କଡଲୋର, ନାଗପଟ୍ଟିନମ, ପୁଡୁଚେରୀ, କରାଇକାଲ ଆଦି ଅଞ୍ଚଳରେ ପାଣି ଲହଡ଼ି ମାରୁଥିବାରୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ଲୋକେ ଘରୁ ବାହାରକୁ ବାହାରିବା ସମ୍ଭବ ହୋଇପାରୁନାହିଁ । ବର୍ଷା ସହ ପବନ ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି । ରାଜ୍ୟର ଅନେକ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ପୁଡୁଚେରୀରେ ପାଣି ନିଷ୍କାସନ ଲାଗି ପମ୍ପ ବ୍ୟବସ୍ଥା କରାଯାଇଛି ।