ଚରମ ସୀମାରେ ହରିଆଣା ଗୋଷ୍ଠୀ ସଂଘର୍ଷ
ଦିନକୁ ଦିନ ଉଗ୍ର ହେଉଛି ହରିଆଣା ସାମ୍ପ୍ରଦାୟିକ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ହେଉଥିବା ଏହି ସଂଘର୍ଷ ଚରମ ସୀମରେ ପହଞ୍ଚିଛି । ତେବେ ସେଠାରୁ ଏବେ ଯେଉଁ ଖବର ସାମନାକୁ ଆସିଛି ତାହା ଶୁଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ସୂଚନା ଅନୁସାରେ ନୁହର ଜଣେ ମହିଳା ଜଜଙ୍କ ଗାଡିରେ ନିଆଁ ଲଗାଇ ଦେଇଛନ୍ତି ଦୃବୁର୍ତ୍ତ । ଏହି ଗାଡିରେ ଜଣେ ମହିଳା ବିଚାରପତି ଓ ତାଙ୍କର ତିନି ବର୍ଷର ଝିଅ ଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏନି ଥାନାରେ ମାମଲା ରୁଜୁ ହୋଇଥିବା ଦେଖିବାକୁ ମିଳିଛି ।
ତେବେ ଜୁଲାଇ 31ରୁ ହରିଆଣାରେ ବିଶ୍ୱ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା ବାହାରିଥିଲା। ଏହି ସମୟରେ କିଛି ଦୁର୍ବୃତ୍ତ ଧାର୍ମିକ ଶୋଭାଯାତ୍ରା ଉପରେ ପଥର ମାଡ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ଘଟିଥିଲା। ଏଥିରେ ତିନି ଜଣ ସାଧାରଣ ନାଗରିକ, ଦୁଇ ଜଣ ହୋମଗାର୍ଡ ଏବଂ ଜଣେ ଇମାମଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ଧୀରେ ଧୀରେ ହିଂସା ବ୍ୟାପିବାକୁ ଲାଗିଛି। ସ୍ଥାନୀୟ କେତେକ ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ ସେବାକୁ ଆଗାମୀ 5 ତାରଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ତେବେ ସ୍ଥିତି ଯଦି ଆୟତ୍ତ ନ ହୁଏ ତେବେ ଆଗାମୀ ଦିନରେ ଏହା ଭୟଙ୍କର ଇଗକୁ ଗତି କରିବ, ସେପଟେ ହରିଆଣାରେ ସ୍ଥିତି ଶୀଘ୍ର ଫେରାଇ ଆଣିବାକୁ ହରିଆଣା ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଦେଖିବାକୁ ମିଳିଛି ।