ଅଗ୍ନିବୀରଙ୍କୁ ମିଳିବ ପୋଲିସ୍ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ

ଅଗ୍ନିବୀରଙ୍କୁ ନେଇ ବଡ ଘୋଷଣା

ଅଗ୍ନିବୀରଙ୍କୁ ନେଇ ବଡ ଘୋଷଣା । ଅଗ୍ନିବୀରଙ୍କୁ ମିଳିବ ପୋଲିସ୍ ଚାକିରିରେ ୧୦ ପ୍ରତିଶତ ସଂରକ୍ଷଣ । ଖାଲି ସେତିକି ନୁହେଁ, ମାଇନିଂ ଗାର୍ଡ ପଦବୀରେ ମଧ୍ୟ ସେମାନଙ୍କୁ ସଂରକ୍ଷଣ ସୁବିଧା ମିଳିବ । ଏଥିସହ ଗ୍ରୁପ-ସି ପରୀକ୍ଷାରେ ମଧ୍ୟ ସେମାନଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଆୟୁସୀମା ଛାଡ କରାଯିବ । ଏନେଇ ଘୋଷଣା କରିଛନ୍ତି ହରିୟାଣା ସରକାର । ମିଳିଥିବା ସୂଚନା ମୁତାବକ, ହରିୟାଣା ସରକାର ଗ୍ରୁପ ସି ପଦରେ ଭର୍ତ୍ତି ପାଇଁ ଅଗ୍ନିବୀରମାନଙ୍କୁ ୫ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଛନ୍ତି । ଏଥିସହ ଅଗ୍ନିବୀର ଭାବେ କାମ କରିସାରିବା ପରେ, ଯେଉଁ ଅଗ୍ନିବୀର ନିଜେ ନିଜ କାମ ଆରମ୍ଭ କରିବାକୁ ଚାହୁଁଥିବେ, ସେମାନଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ଦେବାକୁ ମଧ୍ୟ ସୈନୀ ସରକାର ଘୋଷଣା କରିଛି ।

Leave a Reply

Your email address will not be published. Required fields are marked *