ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟ୍‌କା

କଂଗ୍ରେସରେ ମିଶିଲେ ହରିୟାଣାର ବିଜେପି ସାଂସଦ ବ୍ରିଜେନ୍ଦ୍ର ସିଂ

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ ଝଟ୍‌କା ଲାଗିଛି। ହରିୟାଣାର ବିଜେପି ଲୋକସଭା ଏମ୍‌ପି ବ୍ରିଜେନ୍ଦ୍ର ସିଂ ଦଳରୁ ଇସ୍ତଫା ଦେଇଛନ୍ତି। ପରେ ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଛନ୍ତି। ଏହାପରେ ସେ କଂଗ୍ରେସରେ ଯୋଗଦେବେ। କେବଳ ଏତିକି ନୁହେଁ ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂ ମଧ୍ୟ କଂଗ୍ରେସରେ ସାମିଲ ହେବେ। ପରେ ଏକ ରାଲିରେ ସେ ଦଳରେ ଯୋଗଦେବେ। ଏହାପୂର୍ବରୁ ସେ ରବିବାର ବିଜେପିର ପ୍ରାଥମିକ ସଦସ୍ୟାତାରୁ ଇସ୍ତଫା ଦେଇଥିଲେ। ବ୍ରିଜେନ୍ଦ୍ର କହିଛନ୍ତି, ରାଜନୈତିକ କାରଣରୁ ମୁଁ ବିଜେପିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଛି। ମୁଁ ଦଳ ତଥା ଜାତୀୟ ସଭାପତିଙ୍କୁ କୃତଜ୍ଞତା ଜଣାଉଛି। କୁଲଦୀପ ବିଷ୍ନୋଇ ବିଜେପିରେ ସାମିଲ ହେବା ପରଠାରୁ ଲଗାତାର ବ୍ରିଜେନ୍ଦ୍ର ସିଂହଙ୍କ ଟିକେଟ କଟିବାର ଭୟ ରହିଥିଲା। ଏହାବ୍ୟତିତ ଚୌଧୁରୀ ବିରେନ୍ଦ୍ରଙ୍କ ପରିବାର ମଧ୍ୟ ଜେଜେପି ମେଣ୍ଟକୁ ନେଇ ବିଜେପି ଉପରେ ଖପ୍ପା ହୋଇଥିଲା।