ଗୁଲଜାର ଏବଂ ରାମଭଦ୍ରାଚାର୍ଯ୍ୟ ପାଇବେ ଜ୍ଞାନପୀଠ ପୁରସ୍କାରଗୁଲଜାର ଏବଂ

ଗୁଲଜାର ପାଇବେ ଜ୍ଞାନପୀଠ ପୁରସ୍କାର 

ପ୍ରସିଦ୍ଧ ଊର୍ଦ୍ଦୁ କବି ତଥା ଗୀତିକାର ଗୁଲଜାର ପାଇବେ ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର। ଏହା ସହ ସଂସ୍କୃତ ବିଦ୍ବାନ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ମଧ୍ୟ ପାଇବେ ଜ୍ଞାନପୀଠ ପୁରସ୍କାର । ୫୮ ତମ ଜ୍ଞାନପୀଠ ପୁରସ୍କାର କମିଟି ଦ୍ୱାରା ଉଭୟ ମେନୋନୀତ ହୋଇଛନ୍ତି । ହିନ୍ଦୀ ସିନେମା ଜଗତର ଜଣେ ଜଣାଶୁଣା ନାଁ ଗୁଲଜାର। ସେ ୨୦୦୨ରେ ଊର୍ଦ୍ଦୁ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩ରେ ଦାଦା ସୋହେବ ଫାଲକେ ପୁରସ୍କାର, ୨୦୦୪ରେ ପଦ୍ମଭୂଷଣ ସମେତ ୫ଟି ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ପାଇସାରିଛନ୍ତି। ସେହିପରି ଚିତ୍ରକୁଟରେ ଥିବା ତୁଳସୀ ପୀଠର ମୁଖ୍ୟ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ, ସଂସ୍କୃତ ବିଦ୍ୱାନ ଭାବେ ପରିଚିତ । ହିନ୍ଦୁ ଆଧ୍ୟାତ୍ମିକ ଗୁରୁ ତଥା ଶିକ୍ଷାବିତ୍ ଏବଂ ଲେଖକ ଭାବେ ବେଶ ଜଣାଶୁଣା । ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ ୧୦୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି । ଗୀତିକାର ଗୁଲଜାର ଏବଂ ରାମଭଦ୍ରାଚାର୍ଯ୍ୟଙ୍କୁ ପୁରସ୍କାର ଦିଆଯିବା ନେଇ ଜ୍ଞାନପୀଠ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି ।