ମହଙ୍ଗା ହେବ ଅନଲାଇନ୍ ଗେମିଂ

କ’ଣ ଶସ୍ତା କ’ଣ ମହଙ୍ଗା ପଢ଼ନ୍ତୁ

ଅନଲାଇନ ଗେମିଂ, ହର୍ଷ ରେସିଙ୍ଗ ଓ କ୍ୟାସିନୋ ଖେଳିବା ହେବ ମହଙ୍ଗା । ହଲ ଭିତରେ ଥିବା ରେଷ୍ଟୁରାଣ୍ଟରେ ଖାଇବା ହେବ ଶସ୍ତା । ସେହିପରି କ୍ୟାନସର ଓ ବିରଳ ରୋଗର ଔଷଧ ଉପରୁ ଜିଏସଟି ଛାଡ଼ କରାଯାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦର ୫୦ ତମ ବୈଠକରେ ଏହି ନିଷ୍ପତି ହୋଇଛି । ଅଗଷ୍ଟ ୧ ତାରିଖରୁ ଏହା କାର୍ଯ୍ୟକାରୀ ହେବ । ଶସ୍ତା ହେବ କର୍କଟ ଓ ବିରଳ ରୋଗର ଔଷଧ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦର ୫୦ତମ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକରେ ଅନେକ ସାମଗ୍ରୀ ଉପରେ ଜିଏସଟି ହ୍ରାସ କରାଯାଇଛି । ସିନେମା ହଲରେ ବିକ୍ରି ହେଉଥିବା ଖାଦ୍ୟ ସାମଗ୍ରୀ ଉପରେ ଜିଏସଟି ଦର ହ୍ରାସ କରିବାକୁ ନିଷ୍ପତି ନିଆଯାଇଛି । ସେହିପରି କ୍ୟାନସର ଭଳି ବିରଳ ରୋଗ ପାଇଁ ବ୍ୟବହାର ହେଉଥିବା ଔଷଧକୁ ଜିଏସଟିରୁ ଛାଡ଼ କରାଯାଇଛି । କ୍ୟାନସର ଔଷଧ ଡିନୁଟକ୍ସିମ୍ୟାବର ଗୋଟିଏ ଡୋଜ୍ ୬୩ ଲକ୍ଷ ଟଙ୍କା ପଡ଼ୁଥିଲା । ଏହାକୁ ବିଦେଶରୁ ଆମଦାନୀ କରାଯାଉଥିଲା । ଏହା ଉପରେ ୧୨ ପ୍ରତିଶତ ଆଇଜିଏସଟି ଲଗାଯାଏ । ଯାହାକୁ ଜିଏସଟି ପରିଷଦ ଏବେ ଶୂନ ପ୍ରତିଶତ କରିଦେଇଛି । ଆମଦାନୀ ଶସ୍ତା ହେବା ପରେ ଏହାକୁ କମ୍ ଦରରେ କିଣାଯାଇପାରିବ ।