ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି, ୫ ବର୍ଷିଆ ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର
ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ନେଇ ସରକାରଙ୍କ ୫ ବର୍ଷିଆ ପ୍ରସ୍ତାବ। ଚାଷୀ ଅମଳ କରୁଥିବା ୪ ଫସଲ ଉପରେ ୫ ବର୍ଷିଆ ଏମଏସପି ଗ୍ୟାରେଣ୍ଟି ନେଇ ଏକ ଚୁକ୍ତି ପ୍ରସ୍ତାବ ଦେଇଛି କେନ୍ଦ୍ର ସରକାର। ଗତକାଲି ଚଣ୍ଡିଗଡ଼ରେ ବସିଥିବା ବୈଠକରେ ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଚାଷୀ ସଂଗଠନର ନେତା ଆଲୋଚନା କରିଥିଲେ। ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିଥିଲା ଏ ଆଲୋଚନା । ଏଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ମଧ୍ଯ ସାମିଲ ହୋଇଥିଲେ। ସରକାର ଦେଇଥିବା ଏହି ପ୍ରସ୍ତାବ ଉପରେ ବିଚାର ଲାଗି ୨ ଦିନ ସମୟ ମାଗିଛନ୍ତି ସଂୟୁକ୍ତ କିଶାନ ମୋର୍ଚ୍ଚା। ୨ ଦିନ ଆଲୋଚନା ପରେ ପ୍ରସ୍ତାବକୁ ଗ୍ରହଣ କରିବେ କି ନାହିଁ ଏ ନେଇ ସୂଚନା ଦେବ ସଂଯୁକ୍ତ କିଶାନ ମୋର୍ଚ୍ଚା। ଗତ ୧୩ ତାରିଖରୁ ଚାଷୀ ଆନ୍ଦୋଳନ ଆରମ୍ଭ ହୋଇଥିବାବେଳେ ୨ ଦିନ ଆନ୍ଦୋଳନ ବନ୍ଦ ରହିଛି। ଯଦି ସରକାରଙ୍କ ପ୍ରସ୍ତାବରେ କୌଣସି ସହମତି ନହୁଏ ତେବେ ପୁଣିଥରେ ଆନ୍ଦୋଳନ କରିବେ ଚାଷୀ। ପୁଣିଥରେ ଦିଲ୍ଲୀ ସୀମାନ୍ତ ଶମଭୁ ବର୍ଡରେ ଦିଲ୍ଲୀ ଚଲୋ ନାରା ଦେଇ ଆନ୍ଦୋଳନ ଆରମ୍ଭ କରିବେ।