ଏମଏସପି ନେଇ କମିଟି ଗଠନ କରିବେ ସରକାର!
କୃଷି ଆନ୍ଦୋଳନର ପଂଚମ ଦିନ । ଦାବି ପୁରଣ ନହେଲେ କୃଷକଙ୍କ ଆନ୍ଦୋଳନ ଅଧୀକ ତୀବ୍ର ହେବ ବୋଲି କହିଛନ୍ତି ସଂଯୁକ୍ତ କିଷାନ । ଅନ୍ୟପଟେ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ଯେ ରବିବାର ଦିନ କୃଷକ ସଂଗଠନ ସହ ଆଲୋଚନାରେ ଏହି ସମସ୍ୟାର ସମାଧାନା ବାଟ ମିଳିବ । ସେ ଏହା ମଧ୍ୟ କହିଛନ୍ତି କି ବହୁତ ଶୀଘ୍ର ସମାଧାନ ବାହାର କରିବେ । ଏହି ସମୟରେ ଅନ୍ୟ ଏକ ଖବର ସାମ୍ନାକୁ ଅସୁଛି ଯେ କେନ୍ଦ୍ର ସରକାର କୃଷକମାନଙ୍କୁ ଏମଏସପି ଉପରେ ଏକ କମିଟି ଗଠନ କରିବା ପାଇଁ ପ୍ରସ୍ତାବ ଦେଇପାରନ୍ତି । ରବିବାର ଦିନ କୃଷକ ସଂଗଠନ ସହ ଆଲୋଚନା ବେଳେ ସରକାର ଏମଏସପି ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ସରକାରୀ ପ୍ରତିନିଧୀ ଏବଂ କୃଷକ ସଂଗଠନର ପ୍ରତିନିଧୀଙ୍କୁ ଏକ କମିଟି ଗଠନ ପାଇଁ ପ୍ରସ୍ତାବ ଦେଇପାରନ୍ତି । କମିଟିର ସଦସ୍ୟଙ୍କ ପାଇଁ କୃଷକ ସଂଗଠନଗୁଡିକରୁ ସେମାନଙ୍କ ପ୍ରତିନିଧୀଙ୍କ ନାମ ଖୋଜାଯିବ ।
କୃଷକ ନେତା ଏବଂ ସରକାରଙ୍କ ମଧ୍ୟରେ ଏହା ପୂର୍ବରୁ ୮,୧୨ ଓ ୧୫ ଫେବୃଆରୀରେ ବୈଠକ ବସିଥିଲା । ହେଲେ ସର୍ବନିମ୍ନ ସହାୟତା ମୂଲ୍ୟ ଗ୍ୟାରେଣ୍ଟି ଦାବିରେ କୃଷକମାନେ ଜିଦ୍ ଧରି ଥିବାରୁ କୌଣସି ସଫଳତା ମିଳି ନଥିଲା । ରବିବାର ଦିନ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଫଳକୁ ଉଭୟ କୃଷକ ଏବଂ ସରକାର ଅପେକ୍ଷା କରିଛନ୍ତି । ଆଶା କରାଯାଉଛି ଯେ ଉଭୟ ପକ୍ଷ ମଧ୍ୟରେ ଏକ ଚୁକ୍ତିନାମା ହେବ ଓ ଯାହା ଦ୍ୱାରା କୃଷକ ଆନ୍ଦୋଳନ ଶେଷ ହେବ । ହରିୟାଣା ସରକାର କୃଷକମାନଙ୍କ ବିରୋଧକୁ ଦୃଷ୍ଟିରେ ରଖି ସୁରକ୍ଷା ଅଧିକ କଡା କଡି କରିଦେଇଛନ୍ତି ।