ଡେଙ୍ଗୁ ଭଲ କରୁଛି ଛେଳି କ୍ଷୀର !

ଡେରାଡୁନରେ ଛେଳି କ୍ଷୀର ଲିଟର ୧୬୦୦ !

ଆପଣ କେବେ ଛେଳି କ୍ଷୀର ପିଇଛନ୍ତି କି । କାହିଁକି ନା ଏବେ ଯେଉଁ କଥା କହିବାକୁ ଯାଉଛୁ ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଲୋକେ ପିଉଛନ୍ତି ଛେଳି କ୍ଷୀର। ଏ କଥାଟି ଆପଣଙ୍କୁ ଯେତିକି ଚକିତ କରୁଛି ଏହି ଛେଳି କ୍ଷୀରର ରେଟ ଜାଣିଲେ ଆପଣଙ୍କ ହୋସ ଉଡିଯିବ ।ତେବେ ଏହାର ଲିଟର ପିଛା ଦାମ ୧୬୦୦ ଟଙ୍କା । ଉତ୍ତରାଖଣ୍ଡ ଡେରାଡୁନରେ ଏବେ ଡେଙ୍ଗୁ ଭୟଙ୍କର ଭାବେ ବ୍ୟାପିଥିବା ବେଳେ ଛେଳି କ୍ଷୀର ପିଇଲେ ଏହି ରୋଗରୁ ଉପଶମ ମିଳୁଥିବା କୁଆଡେ ଡାକ୍ତର ପରାମର୍ଶ ଦେଇଛନ୍ତି । ତେଣୁ ଏବେ ଛେଳି କ୍ଷୀର ନେବାକୁ ଲୋକେ ସହରରୁ ଗାଁ ମୁହାଁ ହେଉଛନ୍ତି । ଏବେ ଉତ୍ତରାଖଣ୍ଡରେ ୭୫୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜଧାନୀ ଡେରାଡୁନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାଖାପାଖି ରହିଛି , ଜ୍ୱର ହେଉଥିବାରୁ ଲୋକେ ଦୁର୍ବଳ ଅନୁଭବ କରୁଛନ୍ତି ।

ଆଉ ସୁସ୍ଥ ହେବାକୁ ଯାଇ ଏହି କ୍ଷୀର ଛେଳି ବ୍ୟବହାର କରୁଛନ୍ତି । ଛେଳି କ୍ଷୀରର ଚାହିଦା ଏଭଳି ରହିଛି ଯେ ସହରରୁ ଗାଁକୁ ଆସି ଲୋକମାନେ ଚାଷୀଙ୍କଠୁ କ୍ଷୀର ନେଉଛନ୍ତି । ଦାମ ଅଧିକ ଥିବାରୁ କିଏ ୨୦୦ ଗ୍ରାମ ତ ଆଉ କିଏ ୪୦୦ ଗ୍ରାମ ନେଉଛନ୍ତି । ଚାଷୀଙ୍କ କହିବା କଥା ଛେଳି କ୍ଷୀରର ଅଧିକ ଶକ୍ତି ରହିଛି । ଯେଉଁମାନେ ଡେଙ୍ଗୁ ଜ୍ୱରରେ ଆକ୍ରାନ୍ତ ହେବା ପରେ ଦୁର୍ବଳ ହୋଇଯାଉଛନ୍ତି ସେମାନେ ଏହି କ୍ଷୀର ଉପରେ ନିର୍ଭର କରୁଛନ୍ତି । ତେବେ ଏ କଥା ଏବେ ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି । ଛେଳି କ୍ଷୀର ତାହା ପୁଣି ଲିଟର ୧୬୦୦ ଟଙ୍କା ।