‘ସମସ୍ତଙ୍କ ବିଶ୍ୱାସ ଜିତିବା ହିଁ ମୂଳ ଲକ୍ଷ୍ୟ’

ବିଜେପିକୁ ୩୭୦ ସିଟ୍ ଜିତିବାକୁ ପଡ଼ିବ: ନରେନ୍ଦ୍ର ମୋଦି

ବିଜେପି ରାଷ୍ଟ୍ରୀୟ ଅଧିବେଶନର ଦ୍ୱିତୀୟ ଦିନ । ସମ୍ମିଳନୀରେ ଉପସ୍ଥିତ ନେତାମାନଙ୍କୁ ସମ୍ବୋଧିତ କରିବା ସହ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସମସ୍ତଙ୍କ ବିଶ୍ୱାସ ଜିତିବା ହିଁ ମୂଳ ଲକ୍ଷ୍ୟ । ଅନ୍ୟପଟେ ବିଜେପି କାର୍ୟ୍ୟକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଜେପି କାର୍ୟ୍ୟକର୍ତ୍ତା ୨୪ ଘଣ୍ଟା ଧରି ଦେଶ ସେବା କରୁଛନ୍ତି । ସମସ୍ତଙ୍କ ବିଶ୍ୱାସ ହାସଲ କରିବା ହେଉଛି ଆମର ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ଲାଭାର୍ଥୀଙ୍କ ନିକଟରେ କାର୍ୟ୍ୟକର୍ତ୍ତାମାନଙ୍କୁ ପହଞ୍ଚିବାକୁ ଆହ୍ୱାନ ଦେଇଛନ୍ତି । ଆଗାମୀ ୧୦୦ ଦିନ ଅଧିକରୁ ଅଧିକ କାମ କରିବାକୁ ପଡ଼ିବ । ସବୁ ନୂଆ ଭୋଟରଙ୍କ ପାଖରେ ପହଞ୍ଚିବାକୁ ହେବ । ସବୁ କ୍ଷେତ୍ରରେ ଦ୍ରୁତଗତିରେ ବିକାଶ ହେଉଛି । ଦେଶ ଏବେ ଛୋଟ ସ୍ୱପ୍ନ ଦେଖିବ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ବିଜେପିକୁ ୩୭୦ ସିଟ୍‌ ଜିତିବାକୁ ହିଁ ପଡ଼ିବ ବୋଲି କହିଛନ୍ତି ମୋଦି । ଏନଡିଏ ସରକାର ୪୦୦ ପାର୍‌ କରିବା ନେଇ ବିପକ୍ଷ କହୁଛି । ଦେଶରୁ ଆତଙ୍କବାଦ ଦୂର ହୋଇଛି, ୨୫ କୋଟିରୁ ଅଧିକ ଗରିବୀ ହଟିଛି । ରାଜନୀତି ନୁହେଁ, ରାଷ୍ଟ୍ରନୀତି ପାଇଁ ବାହାରିଛୁ । ମହାଘୋଟାଲାରୁ ଦେଶକୁ ମୁକ୍ତି ମିଳିଛି ବୋଲି କହିଛନ୍ତି ମୋଦି । ଯେଉଁମାନଙ୍କୁ କେହି ପଚାରିଲେ ନାହିଁ, ସେମାନଙ୍କ କଥା ବୁଝିଛୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ୧୦ ବର୍ଷରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ବିପକ୍ଷ ଭାରତକୁ ବିକଶିତ କରିପାରିବ ନାହିଁ । ଏନଡିଏ ହିଁ ଭାରତକୁ ବିକଶିତ କରିପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସାତ ଦଶକ ପରେ ଅନୁଛେଦ ୩୭୦ର ଶେଷ ହୋଇଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମିଛ ପ୍ରତିଶ୍ରୁତି ଦେବାରେ ବିପକ୍ଷର ଜବାବ ନାହିଁ । ଦେଶର କୋଣ ଅନୁକୋଣ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏକ ଭାରତ ଶ୍ରେଷ୍ଠ ଭାରତ ଆମର ଭାବନା । ବିକଶିତ ଭାରତ ହେଉଛି ମୋଦିର ଗ୍ୟାରେଣ୍ଟି । ସବ୍‌କା ସାଥ୍‌, ସବ୍‌କା ବିକାଶ ଆମର ମନ୍ତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।