ଗମ୍ଭୀରଙ୍କୁ କୋଚ ଭାବେ ନିଯୁକ୍ତ କଲା ବିସିସିଆଇ

ଗୌତମ ଗମ୍ଭୀର ଟିମ ଇଣ୍ଡିଆର ନୂଆ କୋଚ

ଗୌତମ ଗମ୍ଭୀର ହେଲେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍ । ଗମ୍ଭୀରଙ୍କୁ ମୁଖ୍ୟ କୋଚ ଭାବେ ନିଯୁକ୍ତି ଦେଲା ବିସିସିଆଇ । ବିସିସିଆଇ ସଚିବ ଜୟ ଶାହା ଗମ୍ଭୀରଙ୍କ ନାଁ ଘୋଷଣା କରି ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ଟିମ ଇଣ୍ଡିଆର କୋଚ ହେବା ନେଇ ଗମ୍ଭୀରଙ୍କ ନାଁ ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା । କାରଣ ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇ ସାରିଛି ।

ଟିମ ଇଣ୍ଡିଆ ପାଇଁ ଗୌତମ ଗମ୍ଭୀରଙ୍କ ଅନେକ ଅବାଦନ ରହିଛି । ଗମ୍ଭୀର ୨୦୧୧ ବିଶ୍ୱକପ ଦଳର ସଦସ୍ୟ ରହିଥିଲେ । ଏହାସହ ତାଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତ ବିଶ୍ୱକପ ଜିତିବାରେ ସଫଳ ହୋଇପାରିଥିଲା । ସେହିପରି ଗମ୍ଭୀର ଟିମ ଇଣ୍ଡିଆ ପାଇଁ ୫୮ ଟେଷ୍ଟ ମ୍ୟାଚ ଖେଳି ୪ ହଜାର ୧୫୪ ରନ କରିଛନ୍ତି । ୧୪୭ ଦିନିକିଆ ଖେଳି ୫ ହଜାର ୨୩୮ ରନ କରିଛନ୍ତି । ଟି-୨୦ରେ ୩୭ ମ୍ୟାଚ ଖେଳି ୯୩୨ ରନ କରିପାରିଛନ୍ତି । ତେବେ ଆଇପିଏଲରେ କୋଲକାତାକୁ ୩ ଥର ଚାମ୍ପିୟନ କରାଇବାରେ ଗମ୍ଭୀରଙ୍କ ଅନେକ ଭୂମିକା ରହିଛି । ୨ଥର ଅଧିନାୟକ ଭାବେ ଚାମ୍ପିୟନ କରାଇଥିବା ବେଳେ ଥରେ କୋଚ ଭାବେ ସଫଳତା ଦେଇଛନ୍ତି ।