୩ ଦିନ ପରେ ଉଡାଣ ଭରିଲା ଫ୍ରାନ୍ସରେ ଅଟକିଥିବା ବିମାନ

ଉଡ଼ାଣ ଭରିଲା ଫ୍ରାନ୍ସରେ ଅଟକିଥିବା ବିମାନ

ଫ୍ରାନ୍ସରେ ଅଟକିଥିବା ବିମାନ ସୋମବାର ମୁମ୍ବାଇ ଅଭିମୁଖେ ଉଡାଣ ଭରିଛି। ମାନବ ଚାଲାଣ ସନ୍ଦେହରେ ଶୁକ୍ରବାର ମୁମ୍ବାଇ ଅଭିମୁଖେ ଯାଉଥିବା ବିମାନକୁ ପ୍ୟାରିସ ନିକଟ ବିମାନବନ୍ଦରରେ ଅଟକା ଯାଇଥିଲା। ଏହି ବିମାନରେ ୩୦୩ ଜଣ ଯାତ୍ରୀ ଥିବା ବେଳେ ଏଥିରେ ଅଧିକାଂଶ ଭାରତୀୟ ଥିଲେ। ଏହି ପ୍ରସଙ୍ଗରେ ଭାରତ ସରକାର ଫ୍ରାନ୍ସକୁ ଧନ୍ୟବାଦ ଜଣାଇଛନ୍ତି। ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଯଥାଶୀଘ୍ର ପରିସ୍ଥିତିର ସମାଧାନ ପାଇଁ ଫ୍ରାନ୍ସ ସରକାର ଏବଂ ଭାଟ୍ରି ବିମାନ ବନ୍ଦରକୁ ଧନ୍ୟବାଦ।