ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ଆହତ

ଦୁର୍ଘଟଣାରେ ଆହତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଆହତ । ଦୁର୍ଘଟଣାରେ ତାଙ୍କ ଛାତିରେ ଲାଗିଛି ଆଘାତ । ସେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । କାଶିପୁର ଯାଉଥିବା ବେଳେ ତାଙ୍କ ଗାଡି ରାସ୍ତାର ଡିଭାଇଡରରେ ପିଟି ହୋଇଛି । ଦୁର୍ଘଟଣା ପରେ ଗାଡିଟି ଭାଙ୍ଗି ଚୁରମାର ହୋଇଯାଇଛି । ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହରିଶଙ୍କୁ ହସ୍ପିଟାଲ ପଠାଇବା ସହ ଘଟଣାର ଯାଞ୍ଚ କରୁଛି । ପ୍ରଥମେ ହରିଶଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଅନ୍ୟ ହସ୍ପିଟାଲକୁ ପଠାଯାଇଥିଲା ।

ହରିଶ ନିଜର ପିଏସଓ ଓ ଅନ୍ୟ ସହଯୋଗୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ କାଶିପୁର ଯାଉଥିଲେ । କିନ୍ତୁ ଗାଡିଟି ଡିଭାଇଡରରେ ପିଟି ହୋଇଯିବା କାରଣରୁ ହରିଶଙ୍କ ଛାତି ସହ ମୁଣ୍ଡ ଓ ହାତରେ ମଧ୍ୟ ଆଘାତ ଲାଗିଛି । ତେବେ ହରିଶଙ୍କ ଡ୍ରାଇଭର ଓ ପିଏସଓ ଅଳ୍ପକେ ବର୍ତ୍ତିଯାଇଛନ୍ତି ।