ଲିଜେଣ୍ଡ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ

ପରଲୋକରେ ଅଂଶୁମାନ ଗାଏକ୍ୱାଡଙ୍କ

ଲିଜେଣ୍ଡ କ୍ରିକେଟର ଅଂଶୁମାନ ଗାଏକ୍ୱାଡଙ୍କ ପରଲୋକ । ୭୧ ବର୍ଷ ବୟସରେ ହୋଇଛି ଦେହାନ୍ତ । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଲଣ୍ଡନର କଳିଙ୍ଗ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଅଂଶୁମାନ। ଲଣ୍ଡନରେ ଦୀର୍ଘ ସମୟ ଧରି ଚିକିତ୍ସିତ ହେବା ପରେ ଗତ ମାସରେ ଘରକୁ ଫେରିଥିଲେ। ଗାଇକୱାଡଙ୍କ ଚିକିତ୍ସା ପାଇଁ ବିସିସିଆଇ ୧ କୋଟି ଟଙ୍କା ଦେଇଥିଲା। ଏହା ସହିତ, ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟମାନେ ମଧ୍ୟ ଏହି କ୍ରିକେଟରଙ୍କୁ ସାହାଯ୍ୟର ହାତ ବଢାଇଥିଲେ ।

ଗାଇକୱାଡ ତାଙ୍କ ୨୨ ବର୍ଷ କ୍ୟାରିୟରରେ ଅଂଶୁମାନ ଭାରତ ପାଇଁ ୧୯୭୫ରୁ ୧୯୮୭ ମସିହା ମଧ୍ୟରେ ୪୦ ଟେଷ୍ଟ୍‌, ୧୫ ଦିନିକିଆ ଖେଳିଛନ୍ତି । ଏଥିସହ ୨୨ ବର୍ଷର କ୍ରିକେଟ୍‌ ‌କ୍ୟାରିୟରରେ ୨୦୫ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ମଧ୍ୟ ଖେଳିଛନ୍ତି । ଟେଷ୍ଟ୍‌ରେ ସେ ୧୯୮୫ ରନ୍‌ ସଂଗ୍ରହ କରିଥିଲା ବେଳେ ପାକିସ୍ତାନ ବିପକ୍ଷରେ ସର୍ବୋଚ୍ଚ ୨୦୧ ରନ୍‌ ସଂଗ୍ରହ କରିଥିଲେ । ଦିନିକିଆରେ ୨୬୯ ରନ୍‌ କରିଥିଲେ । ୧୯୯୭ ମସିହା ଅକ୍ଟୋବରରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଥିଲା । ୧୯୯୯ ସେପ୍ଟେମ୍ବର ପର୍ୟ୍ୟନ୍ତ ସେ କାର୍ୟ୍ୟକାଳରେ ରହିଥିଲେ । ତାଙ୍କ ସମୟରେ ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ୧୦ ୱିକେଟ୍‌ ଅକ୍ତିଆର କରି କୀର୍ତ୍ତିମାନ କରିଥିଲେ । ୨୦୧୮ରେ ଗାଏକ୍ବାଡଙ୍କୁ ବିସିସିଆଇ ପକ୍ଷରୁ ସିକେ ନାୟୁଡୁ ଜୀବନବ୍ୟାପୀ ସଫଳତା ପୁରସ୍କାର ଦିଆଯାଇଥିଲା । ଅଂଶୁମାନ ଗାଏକ୍ୱାଡଙ୍କ ବିୟୋଗରେ କ୍ରିକେଟ ଜଗତ ସ୍ତବ୍ଧ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିସିସିଆଇ ଶୋକପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *