ଉତ୍ତରାଖଣ୍ଡରେ ବେହାଲ କରୁଛି ବନ୍ୟା !

ପୁଣି ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା, ଆତଙ୍କିତ ଲୋକେ !

ପୁଣି ଉତ୍ତରାଖଣ୍ଡରେ ଦାଉ ସାଧୁଛି ବର୍ଷା। ପୁଣି ଲଗାଣ ବର୍ଷା ସୃଷ୍ଟି କରିଛି ବନ୍ୟା ସ୍ଥିତି। ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡ଼ିଛି ଉତ୍ତରାଖଣ୍ଡ। ଚାରିଆଡ଼େ ପ୍ରବାହିତ ହେଉଛି ବନ୍ୟା ଜଳ । ଏମିତିକି ପାହାଡ ଧସିବାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ଉତ୍ତରଖଣ୍ଡର କିଛି ଅଞ୍ଚଳ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା ଦେଖିବାକୁ ମିଳିଛି। ବିଶେଷ ଭାବେ ଉତରାଖଣ୍ଡର ହଲଦ୍ୱାନୀ ସହରର ସ୍ଥିତି ବନ୍ୟା ଯୋଗୁଁ ସଙ୍ଗୀନ ହୋଇପଡ଼ିଛି । ବନ୍ୟା ସାଙ୍ଗକୁ ଲଗାଣ ବର୍ଷା ସ୍ଥାନୀୟ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।

ବନ୍ୟାଜଳ ରାସ୍ତାଘାଟ ଉପରେ ପ୍ରବାହିତ ହେଉଥିବାରୁ ଗମନାଗମନରେ ବିଶେଷ ଭାବେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ବେବି ବହୁ ସଂଖ୍ୟକ ଲୋକେ ଜଳବନ୍ଦୀ ଜୀବନ କାଟୁଛନ୍ତି । ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ହେବାରେ ଲାଗିଛି । ଉତ୍ତରାଖଣ୍ଡରେ ଲଗାଣ ବର୍ଷା ଯୋଗୁଁ ଡ଼େରାଡ଼ୁନ, ଟିହରି, ପୈାଡ଼ୀ, ନୈନିତାଲ ଏବଂ ଚମ୍ପାବତ ଅଞ୍ଚଳରେ ଅରେଂଜ ୱାଣ୍ଣିଂ ଜାରି କରାଯାଇଛି । ଲଗାଣ ବର୍ଷା ସମୟରେ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।