ଦୁର୍ଘଟଣାରେ ଛାରଖାର ହୋଇଗଲା ପୂରା ପରିବାର

ସେଲଫି ହେଲା କାଳ, ଚାଲିଗଲା ୫ ଜୀବନ

ଖୁସିରେ ସମସ୍ତେ ସେଲଫି ନେଉଥିଲେ । ଫଟୋ ପାଇଁ ପୋଜ୍ ଦେଉଥିଲେ । ଆଉ ଏତିକି ବେଳେ ହଠାତ୍ ମାଡିଆସିଲା ମୃତ୍ୟୁ । ଆଉ ପୋଲ ତଳକୁ ଗଳିପଡିଲା କାର୍ । ଆଖିପିଛୁଳାରେ ଗୋଟିଏ ପରିବାରର ଜୀବନ ଚାଲିଗଲା । ଏନେଇ ରାସ୍ତାରେ ଯାଉଥିବା ଯାତ୍ରୀ ସୂଚନା ଦେଇଛନ୍ତି । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଝାଡ଼ଖଣ୍ଡରେ ବିଜୟାଦଶମୀ ଅବସରରେ ଚାରିଆଡେ ଥିଲା ଗହଳି ଚହଳି । ଆଉ ହଠାତ୍ ମାଡ଼ିଆସିଲା ମୃତ୍ୟୁ । ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁର ଭୟଙ୍କର ଘଟଣା ପୂଜା ମାହୋଲକୁ ଫିକା କରିଦେଇଛି । ଝାଡ଼ଖଣ୍ଡର ଦେବଘର ଜିଲ୍ଲାରେ ଏକ କାର ଦୁର୍ଘଟଣାଗସ୍ତ ହୋଇ ପୋଲରୁ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ।