ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ

ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ

ଅଯୋଧ୍ୟା ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ । ରାମ ମନ୍ଦିରରେ ଏପରି ଆହୁରି ୧୩ଟି ସୁନାର କବାଟ ଲାଗିବ । ତିନି ଦିନ ଭିତରେ ଏହି ସବୁ ସୁନାର କବାଟ ସବୁ ଲଗାଯିବ ବୋଲି ଜଣାପଡ଼ିଛି । ଏବେ ଜୋରସୋରରେ ଚାଲିଛି ରାମ ମନ୍ଦିର କାମ । କାରଣ ପ୍ରାଣ ପ୍ରତିଷ୍ଠାର ଦିନ ପାଖେଇ ଆଣିଲାଣି । ଆସନ୍ତା ୨୨ ତାରିଖରେ ହେବ ପ୍ରାଣ ପ୍ରତିଷ୍ଠା ମହୋତ୍ସବ । ଏଥିପାଇଁ ଦିନ ରାତି ଏକ କରି କାମ କରୁଛନ୍ତି କାରିଗରମାନେ । ରାମ ମନ୍ଦିରକୁ ଭବ୍ୟ ଦିବ୍ୟ ରୂପ ଦେବାକୁ ସବୁ ପ୍ରକାର ଚେଷ୍ଟା କରାଯାଉଛି । ରାମନବମୀରେ ସୂର୍ଯ୍ୟ ତିଳକରେ ଅଭିଷେକ ହେବେ ରାମଲାଲା । ପ୍ରତିବର୍ଷ ରାମନବମୀରେ ରାମଙ୍କ ମସ୍ତକରେ ୩ରୁ ୪ମିନିଟ ଧରି ପ୍ରଦର୍ଶିତ ହେବ ଏହି ତିଳକ । ଏଥି ପାଇଁ ଭବ୍ୟ ରାମମନ୍ଦିରରେ ହୋଇଛି ସ୍ୱତନ୍ତ୍ର ଆୟୋଜନ । ଅପଟି ମେକାନିକାଲ ସିଷ୍ଟମ ସହାୟତାରେ ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟ କିରଣ ତିଳକ ଆକାରରେ ଦୃଶ୍ୟମାନ ହେବ ।