ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ନିଆଁ
ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ଲାଗିଲା ନିଆଁ । ମଧ୍ୟପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ । C-14 କୋଚ୍ର ବ୍ୟାଟେରୀ ବକ୍ସରେ ସକାଳେ ନିଆଁ ଲାଗିଯାଇଥିଲା। କୁରଓ୍ବାଇ କେଥୋରା ଷ୍ଟ୍ରେସନରେ ନିଆଁ ଲାଗିଥିବା ସୂଚନା ଦେଇଛନ୍ତି ରେଳ କର୍ତ୍ତୃପକ୍ଷ । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଟ୍ରେନ୍ଟି ରାଣୀ କମଳାପତି ଷ୍ଟେସନ ଛାଡ଼ିବା ପରେ ସକାଳ ପ୍ରାୟ ୬ଟା ୪୫ ବେଳେ ବଗିର ବ୍ୟାଟେରୀ ବକ୍ସରେ ନିଆଁ ଲାଗିଥିବା କିଛି ରେଳ କର୍ମଚାରୀ ଦେଖିଥିଲେ। ଏହା ପରେ ବିଦିଶା ଜିଲ୍ଲାର କୁରୱାଇ-କୈଥୋରା ଷ୍ଟେସନ ନିକଟରେ ଟ୍ରେନ୍ଟି ଅଟକି ଥିଲା । ତୁରନ୍ତ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା। ଅନ୍ୟ କୋଚଗୁଡ଼ିକରେ ବସିଥିବା ଯାତ୍ରୀମାନେ ମଧ୍ୟ ଓହ୍ଲାଇ ଆସିଥିଲେ। ଦମକଳ ବାହିନୀ କର୍ମଚାରୀମାନେ ଅଳ୍ପ ସମୟ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ତା’ପରେ ରେଳ କର୍ମଚାରୀମାନେ ସେଥିରେ ଆକଶ୍ୟକ ଯାଞ୍ଚ ଓ ମରାମତି କାମ କରିବା ପରେ ଟ୍ରେନ୍ଟି ପୁଣି ଯାତ୍ରା ଆରମ୍ଭ କରିଥିଲା।