ବିଳମ୍ବରେ ଘରକୁ ଫେରୁଥିଲା ଝିଅ, ଗାଳି ଦେବାରୁ ବାପାଙ୍କୁ କଲା ହତ୍ୟା

ଭଙ୍ଗା କାଚ ଭୁସି ବାପାଙ୍କୁ ହତ୍ୟା କଲା ଝିଅ

ବିଳମ୍ବରେ ପ୍ରତିଦିନ ଘରକୁ ଫିରୁଥିଲା ଝିଅ । ଏଥିପାଇଁ ବାପା ତାଗିତ୍ କରିଥିଲେ । ବାପାଙ୍କ ଗାଳି ଶୁଣି ବିରକ୍ତ ହୋଇ ପାଖରେ ପଡିଥିବା ଭଙ୍ଗା କଚରେ ଭୁସି ବାପାଙ୍କୁ ହତ୍ୟା କରିଛି ଝିଅ । ଏଭଳି ଛାତିଥରାଇଦେବା ପରି ଘଟଣା ସାମ୍ନାକୁ ଆସିଛି ହାଇଦ୍ରାବାଦର ଅମ୍ବେର୍‌ପେଟ୍‌ ଅଞ୍ଚଳରୁ । ପୁଲିସ କହିଛି, ଚିକିତ୍ସାଧୀନ ଅବସ୍ଥାରେ ରବିବାର ଦିନ ଜଗଦୀଶ ନାମକ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗୋଟାଏ ଷ୍ଟୋର୍‌ରେ ‘ସେଲ୍‌ସ୍‌ପର୍ସନ୍‌’ ଭାବେ କାର୍ଯ୍ୟ କରୁଥିବା ତାଙ୍କ ଝିଅ ନିକିତାଙ୍କୁ ହାଜତକୁ ନିଆଯାଇଛି । ଶନିବାର ଦିନ ନିଶାସକ୍ତ ଅବସ୍ଥାରେ ଥିବା ଜଗଦୀଶ ତାଙ୍କ ଝିଅକୁ ଗାଳି ଦେଇଥିଲେ। ଝିଅ ନିକିତା ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ନିକିତା ଗୋଟାଏ ଭଙ୍ଗା ବୋତଲ ଉଠାଇ ଆଣି ବାପା ଜଗଦୀଶଙ୍କୁ ଭୁସି ଦେଲା। ପଡ଼ୋଶୀମାନେ ଜଗଦୀଶଙ୍କୁ ଓସ୍‌ମାନିଆ ଜେନେରାଲ୍‌ ହସ୍ପିଟାଲ୍‌କୁ ନେଇଥିଲେ। ନିକିତା ଅଭିଯୋଗ କରିଛନ୍ତି ଯେ, ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ବାପା ତାଙ୍କୁ ସବୁବେଳେ ହଇରାଣ କରନ୍ତି। ପୁଲିସ କହିଛି, ବିଳମ୍ବରେ ଆସିଥିବାରୁ ଜଗଦୀଶ ବଡ଼ ପାଟିରେ ନିକିତାଙ୍କୁ ଗାଳି ଦେଇଥିଲେ। ବିଳମ୍ବର କାରଣ ବିଷୟରେ କହିଲେ ମଧ୍ୟ ସେ ନ ଶୁଣିବାରୁ ରାଗରେ ନିକିତା ତାଙ୍କୁ ଆକ୍ରମଣ କରିଥିଲେ।