ଇଣ୍ଡିଆ ମେଣ୍ଟକୁ ପୁଣି ଝଟକା

ଇଣ୍ଡିଆ ମେଣ୍ଟ ଛାଡ଼ିଲେ ଫାରୁକ ଅବଦ୍ଦୁଲ୍ଲା

ଇଣ୍ଡିଆ ମେଣ୍ଟକୁ ଗୋଟିଏ ପରେ ଗୋଟିଏ ଝଟକା। ମେଣ୍ଟ ଛାଡିଛନ୍ତି ନ୍ୟାସନାଲ କନଫରେନ୍ସର ମୁଖ୍ୟ ତଥା ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦ୍ଦୁଲ୍ଲା ଜାମ୍ମୁ-କାଶ୍ମୀରର ସମସ୍ତ ୫ଟି ଲୋକସଭା ଆସନରେ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି । ଫାରୁକ କହିଛନ୍ତି, ପାର୍ଟି ସମସ୍ତ ଆସନରେ ପ୍ରାର୍ଥୀ ଦେବ । ଏହା ପୂର୍ବରୁ ଇଣ୍ଡିଆ ମେଣ୍ଟରେ ସାମିଲ ଥିବା ବିହାରର ନୀତିଶ କୁମାରଙ୍କ ଜେଡିୟୁ, ଉତ୍ତର ପ୍ରଦେଶର ଜୟନ୍ତ ଚୌଧୁରୀଙ୍କ ଆରଏଲଡି, ପଶ୍ଚମବଙ୍ଗର ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମେଣ୍ଟ ଛାଡି ଏକାକୀ ପ୍ରାର୍ଥୀ ଦେବାକୁ ଘୋଷଣା କରିସାରିଛନ୍ତି । ଫାରକୁ ଅବଦ୍ଦୁଲ୍ଲାଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । କାରଣ ଇଣ୍ଡିଆ ମେଣ୍ଟରେ ସବୁଠାରୁ ଭରସାଯୋଗ୍ୟ ନେତା ଥିଲେ ଫାରୁକ। କେବଳ ଫାରକୁ ନୁହଁନ୍ତି ଇଣ୍ଡିଆ ମେଣ୍ଟର ମୁଖ୍ୟଦଳ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ଆସନ ବୁଝାମଣା ହୋଇପାରି ନାହିଁ । ଆମ୍ ଆଦମୀ ପାର୍ଟି ଦିଲ୍ଲୀ ଓ ପଞ୍ଜାବରେ ଏକାକୀ ନିର୍ବାଚନ ଲଢିବା ବୋଲି କହିସାରିଛି ।