ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର

ତିନି ଯବାନ ସହିଦ୍

ଜାମ୍ମୁ କାଶ୍ମୀରର ରାଜୋରୀରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର । ଏଥିରେ ଦୁଇ ବରିଷ୍ଠ ସେନା ଅଧିକାରୀଙ୍କ ସମେତ ଜଣେ ସୈନିକ ସହିଦ ହୋଇଥିବା ସୂଚନା ରହିଛି । ଜାମ୍ମୁ କାଶ୍ମୀର ପୋଲିସର ତଥ୍ୟ ଅନୁସାରେ, ଆଜି ସକାଳେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇଥିଲା ସେନା । ଏହା ପରେ ସର୍ଚ୍ଚଅପରେସନ୍ କରାଯାଇଥିଲା | ଏହି ଏନକାଉଣ୍ଟରରେ ଦୁଇ ବରିଷ୍ଠ ସେନା ଅଧିକାରୀ ଏବଂ ଜଣେ ସୈନିକ ସହିଦ ହୋଇଛନ୍ତି । ଜଣେ ସୈନିକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ଉଦ୍ଧାମପୁରକୁ ନିଆଯାଇଛି । ଆହତ ସୈନିକଙ୍କ ହାତ ଓ ଛାତିରେ ଆଘାତ ଲାଗିଛି । ୯ ଘଣ୍ଟାରୁ ଅଧିକ ସମୟ ଧରି ଏହି ଏନକାଉଣ୍ଟର ଚାଲିଥିଲା | ସୁରକ୍ଷା ବାହିନୀ ଦ୍ୱାରା ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି । ଯାହାଫଳରେ ଆତଙ୍କବାଦୀମାନେ ରକ୍ଷା ପାଇପାରିବେ ନାହିଁ । କୁହାଯାଉଛି ଯେ ରାଷ୍ଟ୍ରୀୟ ରାଇଫଲ୍ସର ଜଣେ କ୍ୟାପଟେନ ଏବଂ ଅନ୍ୟ ଜଣେ କ୍ୟାପଟେନ ପାରାସୁଟର ଏହି ଏନକାଉଣ୍ଟରରେ ସହିଦ ହୋଇଛନ୍ତି ।