ଦିଲ୍ଲୀରୁ ୩ଟି, ସିକ୍କିମରୁ ଗୋଟିଏ ଆସନ ପାଇଁ ନିର୍ବାଚନ

ଜାନୁଆରୀ ୪ରେ ହେବ ୪ ରାଜ୍ୟସଭା ଆସନ ନିର୍ବାଚନ

ଜାନୁଆରୀ ୪ରେ ହେବ ୪ ରାଜ୍ୟସଭା ଆସନ ନିର୍ବାଚନ । ରାଜ୍ୟସଭାର ଖାଲି ହେବାକୁ ଥିବା ୪ଟି ଆସନ ପାଇଁ ହେବ ନିର୍ବାଚନ । ଜାନୁୟାରୀ ୪ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଶୁକ୍ରବାର ଘୋଷଣା କରିଛନ୍ତି। ଦିଲ୍ଲୀରୁ ୩ଟି ଏବଂ ସିକିମରୁ ଗୋଟିଏ ଆସନ ଖାଲି ହେବାକୁ ଯାଉଛି। ଜାନୁୟାରୀ ୨୭ରେ ଏଏପି ସାଂସଦ ସଞ୍ଜୟ ସିଂ, ସୁଶୀଲ କୁମାର ଗୁପ୍ତା ଏବଂ ନାରାୟଣ ଦାସ ଗୁପ୍ତାଙ୍କ କାର୍ୟ୍ୟକାଳ ଶେଷ ହେବ। ସେହିପରି ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ ସାଂସଦ ହିଶେ ଲାଚୁଙ୍ଗପାଙ୍କ କାର୍ୟ୍ୟକାଳ ଫେବୃୟାରୀ ୨୩ରେ ସରିବ। ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସମ୍ପୃକ୍ତ ମନିଲଣ୍ଡରିଂ ମାମଲାରେ ସଞ୍ଜୟ ଗିରଫ ହୋଇ ଜେଲରେ ଅଛନ୍ତି। ବିଶୃଙ୍ଖଳିତ ବ୍ୟବହାର ପାଇଁ ଗତ ଜୁଲାଇ ୨୪ରେ ତାଙ୍କୁ ରାଜ୍ୟ ସଭାରୁ ନିଲମ୍ବନ କରାଯାଇଥିଲା।