୬ଟି ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ ଆୟୋଗ

୬ଟି ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ

ଲୋକସଭା ନିର୍ବାଚନ ପୂର୍ବରୁ ୟୁପି-ବିହାର ସମେତ ୬ଟି ରାଜ୍ୟର ଗୃହ ସଚିବଙ୍କୁ ହଟାଇବାକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ। ଏହି ରାଜ୍ୟଗୁଡିକରେ ମୁକ୍ତ, ନିରପେକ୍ଷ ଏବଂ ସ୍ଵଚ୍ଛ ନିର୍ବାଚନ ବଜାୟ ରଖିବା ଦିଗରେ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟର ଗୃହ ସଚିବମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ମିଜୋରାମ ଏବଂ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନିକ ବିଭାଗର ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକଙ୍କୁ ହଟାଇବା ପାଇଁ ନିର୍ବାଚନ ଆୟୋଗ ମଧ୍ୟ କହିଛନ୍ତି। ଆୟୋଗଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି କି ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ସହ ଜଡିତ ସେହି ଅଧିକାରୀମାନଙ୍କୁ ଟ୍ରାନ୍ସଫର କରନ୍ତୁ, ଯେଉଁମାନେ ତିନି ବର୍ଷ ପୂରଣ କରିସାରିଛନ୍ତି।