ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଆଜିଠୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

ଲୋକସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ବିଜ୍ଞପ୍ତି ପ୍ରକାଶ କଲେ ଭାରତୀୟ ନିର୍ବାଚନ କମିଶନ । ୧୭ ରାଜ୍ୟ ସହ ୪କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଆସନରେ ହେବ ନିର୍ବାଚନ । ୧୦୨ଟି ଆସନ ଭିତରେ ତାମିଲନାଡୁର ୩୯, ରାଜସ୍ଥାନର ୧୨ଟି ମଧ୍ୟପ୍ରଦେଶର ୬ଟି ସିଟ୍ ଏବଂ ବିହାର ୪ଟି ଆସନ ରହିଛି । ୧୯ଏପ୍ରିଲ ପ୍ରଥମ ପର୍ଯ୍ୟାୟ ଓ ଜୁନ ୧ସପ୍ତମ ପର୍ଯ୍ୟାୟ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ୨୭ମାର୍ଚ୍ଚ ସୁଦ୍ଧା ନାମାଙ୍କନ ଦାଖଲ କରିବେ ଆଶାୟୀ । ୨୮ମାର୍ଚ୍ଚ ନାମାଙ୍କନ ଯାଂଚ, ୩୦ ମାର୍ଚ୍ଚ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି । ୭ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଜୁନ ୪ତାରିଖରେ ହେବ ଭୋଟ ଗଣତି ।