ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ

ଚତୁର୍ଥ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ

କେଜ୍ରିୱାଲଙ୍କୁ ପୁଣି ଇଡି ସମନ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଏହାକୁ ମିଶାଇ ୪ ଥର ସମନ କରିସାରିଲାଣି ଇଡି । ପୂର୍ବ ତିନିଥର ସମନ ପାଇଥିଲେ ବି ହାଜର ହୋଇନଥିଲେ କେଜ୍ରିୱାଲ। ତୃତୀୟ ଥର ସମନ ପାଇବା ପରେ ଆପ୍ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଥିଲା । ଇଡିର ସମନ ବେଆଇନ୍ କହି ହାଜର ହୋଇନଥିଲେ କେଜ୍ରିୱାଲ । ଜାଣିୁଶୁଣି ହଇରାଣ କରିବାକୁ ଏପରି କରାଯାଉଛି ବୋଲି ଦଳ କହିଥିଲା । ମୋଦୀ ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହାତବାରିସି କରି ମୋଦୀ ସରକାର ବିରୋଧୀମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରୁଛି । ଅବକାରୀ ଦୁର୍ନୀତି ମାମଲାରେ ଆପ୍ ଅଡ଼ୁଆରେ ପଡ଼ିଛି । ଏପରିକି ଆପ୍ର ବରିଷ୍ଠ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବେବି ଜେଲରେ ଅଛନ୍ତି ।