ବଢ଼ୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ

କେଜ୍ରିୱାଲଙ୍କ ପିଏସଙ୍କ ଘରେ ରେଡ

ବଢ଼ୁଛି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ। ଆଜି ଆପ୍ ନେତାଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପିଏସଙ୍କ ଘରେ ଚଢ଼ାଉ କରୁଛି ଇଡି । ରାଜଧାନୀ ଦିଲ୍ଲୀର ୧୦ ସ୍ଥାନରେ ଏକକାଳୀନ ରେଡ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆପ୍ ରାଜ୍ୟସଭା ସାଂସଦ ଏନଡି ଗୁପ୍ତା ଏବଂ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ବାସଭବନରେ ଚଢ଼ାଉ ଜାରି ରହିଛି । ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ରେଡ୍ କରୁଛି ଇଡି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ରେଡ୍ ଚାଲିଛି । ମନି ଲଣ୍ଡରିଂ ମାମଲାରେ ଇଡି ଦୀର୍ଘ ଦିନ ଧରି ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ରେଡ୍ କରୁଛି । ଏନେଇ ଅତିଶି କହିଛନ୍ତି, ବିଜେପି ଇଡିକୁ ହାତ କରି ଡରାଇବାକୁ ଚେଷ୍ଟା କରୁଛି । ତେଣୁ କେବଳ ଆପ୍ ନେତାଙ୍କ ଘରେ ହିଁ ରେଡ୍ ଚାଲିଛି। ଇଡି ପାଖରେ କୌଣସି ପ୍ରମାଣ ନାହିଁ । ତେଣୁ ନେତାଙ୍କୁ ଚୁପ୍ କରିବାକୁ ରେଡ୍ ଚାଲିଛି ବୋଲି ସେ କହିଛନ୍ତି।