୬ ଦିନିଆ ରିମାଣ୍ଡରେ ଅରବିନ୍ଦ କେଜ୍ରିୱାଲ

ରିମାଣ୍ଡରେ ନେଇ ପଚରାଉଚରା କରୁଛି ଇଡି

ଅରବିନ୍ଦ କେଜ୍ରିୱାଲଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଇଡି । ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅବକାରୀ ଦୁର୍ନୀତି ମାମଲାରେ ରିମାଣ୍ଡରେ ନେଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୧୦ ଦିନ ରିମାଣ୍ଡରେ ନେବା ପାଇଁ ଇଡି ଆବେଦନ କରିଥିବା ବେଳେ କୋର୍ଟ ୬ ଦିନ ପାଇଁ ଅନୁମତି ଦେଇଛନ୍ତି । କୋର୍ଟଙ୍କ ଅନୁମତି ମିଳିବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନିଜ ହେପାଜତକୁ ନେଇଛି । ଆସନ୍ତା ୨୮ ତାରିଖରେ ପୁଣି ଥରେ ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । କୋର୍ଟରେ ଇଡି କେଜ୍ରିୱାଲଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛି । ଇଡି କହିଛି, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲ କିଙ୍ଗପିନ୍ ବା ମାଷ୍ଟରମାଇଣ୍ଡ । ଏହି ମାମଲା ସହ ଜଡ଼ିତ ଅନେକ ଇଲେକ୍ଟ୍ରୋନିକ୍ ପ୍ରମାଣ ନଷ୍ଟ କରାଯାଇଛି । ଅନେକ ଫୋନ୍ ଭଙ୍ଗାଯାଇଥିବା ଅଭିଯୋଗ ଆଣିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ପ୍ରଥମେ ୧୦ କୋଟି ଓ ପରେ ୧୫ କୋଟି କରି ଦୁଇ ଥର ଟଙ୍କା ଟ୍ରାନ୍ସଫର ହୋଇଛି । ପଞ୍ଜାବ ଓ ଗୋଆ ନିର୍ବାଚନରେ ଦୁର୍ନୀତି ଟଙ୍କା ଖର୍ଚ୍ଚ କରାଯାଇଛି । କେବଳ ଗୋଆରେ ୪୫ କୋଟି ଟଙ୍କା ବ୍ୟବହାର ହୋଇଛି, ‘ସାଉଥ୍ ଗ୍ରୁପ୍’ର କେତେକ ଅଭିଯୁକ୍ତଙ୍କଠାରୁ ୧୦୦ କୋଟି ଟଙ୍କା ଦାବି କରିଥିଲେ । ରିମାଣ୍ଡରେ ନେବା ପରେ ଇଡି ଲକଅପରେ କଟିଛି କେଜ୍ରିୱାଲଙ୍କ ରାତି ।