ହେମନ୍ତ ସୋରେନଙ୍କୁ ରିମାଣ୍ଡରେ ନେବ ଇଡି!
ଆଜି କୋର୍ଟରେ ହାଜର ହେବେ ହେମନ୍ତ ସୋରେନ । ହାଜର କରାଇ ରିମାଣ୍ଡ ଆବେଦନ କରିପାରେ ଇଡି । ଗତକାଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ ହୋଇଥିଲେ । ଜମି ଘୋଟାଲା ମାମଲାରେ ଗିରଫ କରିଛି ଇଡି । ୭ଘଣ୍ଟାର ମାରାଥନ ଜେରା ପରେ ଗିରଫ କରିଛି ଇଡି । ଇଡି ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୋରେନ । ଜେରା ପୂର୍ବରୁ ହେମନ୍ତ ସୋରେନ୍ ଇଡି ଅଧିକାରୀଙ୍କ ସହ ରାଜଭବନ ଯାଇ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ଗିରଫ ପରେ ଇଡି ହାଜତରେ ହେମନ୍ତଙ୍କ ପ୍ରଥମ ରାତି କଟିଥିବା ବେଳେ ଆଜି ତାଙ୍କୁ କୋର୍ଟରେ ହାଜର କରିବା ସହ ଇଡି ରିମାଣ୍ଡ ଆବେଦନ କରିବ । ଗିରଫ ପରେ ହେମନ୍ତ ସୋରେନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ଇଡିକୁ ଅସ୍ତ୍ର କରି ତାଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ଆଣିଛନ୍ତି । ସେପଟେ ଏସସି/ ଏସଟି ଆକ୍ଟରେ ହେମନ୍ତ ସୋରେନ ତାଙ୍କ ବାସଭବନରେ ଚଢାଉ କରିଥିବା ୪ଜଣ ଇଡି ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛନ୍ତି । ମାନହାନୀ ନେଇ ବିଜେପି ବିରୋଧରେ ମାମଲା ରୁଜୁ କରିବାକୁ ମଧ୍ୟ ଚେତାବନୀ ଦେଇଛି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା । ସେପଟେ ଗିରଫ ପ୍ରତିବାଦରେ ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦିଆଯାଇଛି । ଆଦିବାସୀ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଉଛି ।