ଗୁଜରାଟରେ ଭୂକମ୍ପ ଝଟକା

ଗୁଜରାଟରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୦

ଗୁଜରାଟରେ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ତୀବ୍ରତା ୪.୦। ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ଥିଲା । ଏଥିରେ କୌଣସି ପ୍ରକାର କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ । ଇନଷ୍ଟିଚ୍ୟୁଟ୍ ଅଫ୍ ସେସମୋଲୋଜିକାଲ ରିସର୍ଚ୍ଚ ଅନୁଯାୟୀ କଛ ଜିଲ୍ଲାର ଭାଚୁଆ ନିକଟରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା। ରବିବାର ସଂଧ୍ୟା ୪ଟା ୪୫ ବେଳେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ଥିଲା । ପ୍ରାଥମିକ ତଦନ୍ତରେ କୌଣସି କ୍ଷୟକ୍ଷତି ହୋଇନଥିବା କଛ ଜିଲ୍ଲାପାଳ ଅମିତ ଅରୋରା କହିଛନ୍ତି । ନିକଟରେ ଦିଲ୍ଲୀ ଏନ୍‌ସିଆର୍‌ରେ ଭୂକମ୍ପ ଅନୁଭୂତ ହୋଇଥିଲା । ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ଭାରତର କିଛି ରାଜ୍ୟରେ ଭୂକମ୍ପର ଝଟକା ଲାଗିଥିଲା । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସବୁଠୁ ଉତ୍ସବମୁଖର ଥିବା ବେଳେ ଲୋକଙ୍କୁ ଅଳ୍ପ ଭୟଭୀତ କରିଦେଇଥିଲା ଭୂକମ୍ପ ।