ଦିଲ୍ଲୀ ଏନସିଆରରେ ତୀବ୍ର ଭୂମିକମ୍ପ

ଦିଲ୍ଲୀରେ ତୀବ୍ର ଭୂମିକମ୍ପ

ଦିଲ୍ଲୀରେ ତୀବ୍ର ଭୂମିକମ୍ପ । ଥରିଲା ପାକିସ୍ତାନ ମାଟି, ଜମ୍ମୁ-କାଶ୍ମୀର ଓ ପଞ୍ଜାବରେ ମଧ୍ୟ ଭୂକମ୍ପ । ଦିଲ୍ଲୀ ଏନସିଆରରେ ତୀବ୍ର ଭୂମିକମ୍ପ ଅନୂଭୁତ ହୋଇଛି । ଭୂକମ୍ପର ତୀବ୍ରତା ଏତେ ଜୋର ଥିଲା କି କିଛି ସମୟ ପର୍ଯ୍ୟନ୍ତ ଲୋକମାନେ ଅନୁଭବ କରିପାରିଥିଲେ । ଆମେରିକାର ଭୂଗର୍ଭ ସର୍ବେକ୍ଷଣ ସଂସ୍ଥା ୟୁଏସଜିଏସ କହିବା ମୁତାବକ ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଆଫଗାନିସ୍ତାନର ହିନ୍ଦୁକୁଶ । ଏଠାରେ ଅନୁଭୂତ ହୋଇଥିବା ପ୍ରଥମ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୧ ଓ ଦ୍ୱିତୀୟ ଭୂକମ୍ପର ତୀବ୍ରତା ୬.୪ ରହିଛି । ଗୋଟିଏ ପଟେ ଗୋଟିଏ ଭୂକମ୍ପର ତୀବ୍ର ଝଟକାରେ ଲୋକମାନେ ଭୟଭିତ ହୋଇପଡିଥିଲେ । ଏହି ଭୂକମ୍ପରେ କୌଣସି ପ୍ରକାର ଧନଜୀବନ ନଷ୍ଟ ହୋଇନାହିଁ । ଆଫାଗାନିସ୍ତାନରେ ଭୂକମ୍ପର ତୀବ୍ରତା ୬.୧ ମପା ଯାଇଛି । ଏହାର ଝଟକା ଉତର ଭାରତର କିଛି ଅଂଶରେ ମଧ୍ୟ ଅନୁଭୂତ ହୋଇଛି । ଭାରତୀୟ ସମୟ ଅନୁସାରେ ୨.୫୦ ମିନିଟରେ ଆସିଥିବା ଏହି ଭୂକମ୍ପର କେନ୍ଦ୍ର କାବୁଲ ଠାରୁ ୨୪୧ କିଲୋମିଟର ଉତ୍ତର ଉତ୍ତର ପୂର୍ବରେ ଥିଲା ।