‘ଆଉ ଏଠି ରହି ହେବନି’ !

ବଢୁଛି ଦିଲ୍ଲୀ ପ୍ରଦୂଷଣ, ଚିନ୍ତାରେ ସରକାର !

ଆଉ ଏଠି ବଞ୍ଚି ହେବନି । ଏଠି କଣ ଅମ୍ଳଜାନ ସରିଗଲାକି । ଏମିତି କିଛି କଥା ଏବେ ଭାବୁଛନ୍ତି ଦିଲ୍ଲୀବାସୀ । ପ୍ରଦୂଷଣ ପ୍ରଭାବରେ ଏବେ ଅଣନିଶ୍ବାସୀ ହୋଇପଡିଛନ୍ତି ଦିଲ୍ଲୀବାସୀ । ଦିଲ୍ଲୀରେ ଏବେ ପ୍ରଦୂଷଣର ମାତ୍ରା ଏତେ ବଢି ଯାଇଛି କି ଘରୁ ବାହାରିବା ବି ମୁସ୍କିଲ ହୋଇଗଲାଣି । ସୂଚନା ଅନୁସାରେ ଆସନ୍ତା ୧୩ରୁ ୨୦ ଯାଏ ବଳବତ୍ତର ରହିବ ଯୁଗ୍ମ-ଅଯୁଗ୍ମ ଫର୍ମୁଲା । ନିୟମ କାର୍ଯ୍ୟକାରୀ କରିବା ଲାଗି ଆଜି ବସିବ ବୈଠକ । ସେପଟେ ଗୁରୁଗ୍ରାମରେ ବି ସ୍କୁଲ ବନ୍ଦ କରାଯାଇଛି । ନିୟମ ଉଲ୍ଲଂଘନ ଅଭିଯୋଗରେ ୨୨ଶହ ଯାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।


ସେପଟେ ପଞ୍ଜାବରେ ଦୈନିକ ୨ ହଜାରରୁ ଅଧିକ ସ୍ଥାନରେ ନିଆଁ ଲଗାଇବାକୁ ନେଇ ବଢିଛି ଚିନ୍ତା। ନିୟମ ଅନୁସାରେ ନମ୍ବର ପ୍ଲେଟର ଶେଷ ଅଙ୍କ ଥିବା ୧, ୩, ୫, ୭ ଗାଡିଗୁଡିକ ଅଯୁଗ୍ମ ତାରିଖରେ ଚାଲିବ। ନମ୍ବର ପ୍ଲେଟର ଶେଷ ଅଙ୍କ ଥିବା ୦, ୨, ୪, ୬, ୮ ଗାଡିଗୁଡିକ ଯୁଗ୍ମ ତାରିଖରେ ଚାଲିବ। କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ବ୍ୟତୀତ ସମସ୍ତ ସ୍କୁଲ ନଭେମ୍ବର ୧୦ ଯାଏ ରହିବ ବନ୍ଦ। ବିଏସ ଥ୍ରୀ ପେଟ୍ରୋଲ ଓ ବିଏସ ଫୋର ଡିଜେଲ କାର ଉପରେ ନିଷିଦ୍ଧାଦେଶ ବଳବତ୍ତର ରହିବ । ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ବିଷାକ୍ତ ବାୟୁ କବଳରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ। ଲଗାତର ଭାବେ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନକୁ ଚାଲିଯିବା ପରେ ରାଜଧାନୀରେ ବହୁ କଟକଣା ଲାଗୁ କରାଯାଇଛି। ମାତ୍ର ନିୟମ ଉଲ୍ଲଘଂନ ଅଭିଯୋଗରେ ୨୨୦୦ ଗାଡ଼ି ଉପରେ ପଡ଼ିଛି ଫାଇନ୍‌ । ହେଲେ ଏହି ପ୍ରଦୂଷଣ କେବେ କମିବ ତାକୁ ନେଇ ଚିନ୍ତାରେ ପଡିଲେଣି ଦିଲ୍ଲୀବାସୀ ।