ଡରାଇଲାଣି ନିପା !

‘କରୋନାଠୁ ନିପାର ମୃତ୍ୟୁହାର ଅଧିକ’ !

ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ନିପା ଭାଇରସ । ଏମିତିକି କରୋନାଠୁ ଅଧିକ ଘାତକ ହେଉଥିବା କହିଛି ଆଇସିଏମଆର । ଆଇସିଏମଆର ରିପୋର୍ଟ ଅନୁସାରେ କରୋନାର ମୃତ୍ୟୁ ହାର ୨ରୁ ୩ ପ୍ରତିଶତ ରହିଥିବା ବେଳେ ନିପାର ମୃତ୍ୟ ହାର ୪୦ରୁ ୭୦ ପ୍ରତିଶତ ରହିଛି । ଯାହା ଏବେ କେରଳରେ ଦିନକୁ ଦିନ ବଢିବାରେ ଲାଗିଛି । ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି । ୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଦୁଇଜଣ ରୋଗୀଙ୍କ ନିପାରେ ମୃତ୍ୟୁ ଘଟିସାରିଛି । ଅନ୍ୟ ଜଣେ ରୋଗୀଙ୍କୁ କେରଳରେ ଚିହ୍ନଟ କରାଯାଇଛି । ଏହା ସହିତ ନିପା ସଂକ୍ରମଣର ମୋଟ ମାମଲା ୬କୁ ବୃଦ୍ଧି ପାଇଛି ।କେରଳର କୋଝିକୋଡ ଜିଲ୍ଲା ପ୍ରଭାବିତ ହୋଇଛି । ଅଗଷ୍ଟ ୩୦ରେ ଜଣେ ୪୭ ବର୍ଷୀୟ ରୋଗୀର ପ୍ରଥମେ ମୃତ୍ୟୁ ହୋଇଥିଲା । କେରଳରେ ନିପା ଭାଇରସ ବ୍ୟାପୁଥିବା ଦେଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକ କରିଛି ।ଏକ କେନ୍ଦ୍ରୀୟ ଟିମ୍ ଆସି ପ୍ରଭାବିତ ଜିଲ୍ଲା ବୁଲି ସମୀକ୍ଷା କରୁଛି ।

ଏହି ସମୟରେ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏକ ବାୟୋସଫେଟି ଲେଭଲ୍ -୩ କଂଟେନମେଂଟ ମୋବାଇଲ୍ ଲାବୋରେଟୋରୀ ପ୍ରସ୍ତୁତ କରିଛି । ଯାହା ଜିଲ୍ଲା ସ୍ତରରେ ଏହି ସଂକ୍ରମଣର ମୁକାବିଲା କରିବାରେ ସହାୟକ ହେବ । କେରଳରେ ସ୍କୁଲ ଓ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଝିକୋଡରେ ପ୍ରଭାବିତ ଗ୍ରାମ ପଂଚୟତକୁ ଏକ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଏଯାବତ ଚିହ୍ନଟ ହୋଇଥିବା ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୯୫୦ ଜଣଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୨୧୩ ଜଣ ବିପଦପୂର୍ଣ୍ଣ ବର୍ଗରେ ଅଛି । କିଛିଦିନ ତଳେ ଏହି ଭାଇରସର ଉତ୍ପତି ହୋଇଥିବା ପରେ ପୁଣି କାୟା ବିସ୍ତାର କରିବାରେ ଲାଗିଛି ଏହି ନିପା ଭାଇରସ ଯାହାକୁ ନେଇ ଚିନ୍ତା ବଢିଛି । ବାଦୁଡିରୁ ଏହି ଭାଇରସକୁ ଠାବ କରଯାଇଥିଲା ।