ଦିଲ୍ଲୀ ପାଇଁ ଦୁଃଖ ସାଜିଛି ଯମୁନା । ବିପଦ ସଂକେତ ଉପରେ ଏବେ ଯମୁନାର ଜଳସ୍ତର । ପୁଣିଥରେ ଦିଲ୍ଲୀର ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯମୁନାର ଜଳସ୍ତର ଏବେ ୨୦୬.୪ ମିଟରରେ ପହଞ୍ଚିଛି । ଯଦି ଏହା ୨୦୬.୭ ମିଟରରେ ପହଞ୍ଚିବ ତେବେ ନଦୀ କୂଳରେ ରହୁଥିବା ଲୋକଙ୍କ ପାଇଁ ବିପଦ ବଢିବ କାହିଁକି ନା ବନ୍ୟାରେ ବୁଡ଼ିବେ ନଦୀକୂଳରେ ବସବାସ କରୁଥିବା ଲୋକେ । ଦିଲ୍ଲୀର ଯମୁନା ବ୍ରିଜ୍ ବା ପୁରୁଣା ଲୁହା ପୋଲ ରାତି ୧୦ଟା ୧୫ରେ ବନ୍ଦ କରିଦିଆଯାଇଛି । ଟ୍ରେନର ଗତିପଥକୁ ନୂଆଦିଲ୍ଲୀରେ ପରିବର୍ତ୍ତନ କରାଯାଇଛି ।
ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ ବର୍ଷା ଜାରି ରହିଛି ।ଏହି କାରଣରୁ, ହାଥିନିକୁଣ୍ଡ ବ୍ୟାରେଜରୁ ଜଳ ନିଷ୍କାସିତ ହେଉଥିବାରୁ ଯମୁନାର ଜଳସ୍ତରରେ ବୃଦ୍ଧି ଘଟିଛି । ଆସନ୍ତା ୨-୩ ଦିନ ଅର୍ଥାତ୍ ଜୁଲାଇ ୨୫ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ପର୍କରେ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ନୋଏଡାର ଅନେକ ଘର ଏବେ ଜଳମଗ୍ନ ହୋଇଛି । ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଅସ୍ଥାୟୀ ଶିବିରରେ ଏବେ ପ୍ରବାହିତ ଲୋକ ରହୁଛନ୍ତି । ଏହା ସହିତ ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି । ହାଥନିକୁଣ୍ଡ ବ୍ୟାରେଜରୁ ଯମୁନା ନଦୀକୁ ୨ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ଛାଡିବା ପରେ ଦିଲ୍ଲୀ ସରକାର ହାଇ ଆଲର୍ଟରେ ଅଛନ୍ତି ।
ତେବେ ଉତ୍ତରଭାରତରେ ସ୍ଥିତି ଅଣାୟତ ହେଉଥିବା ବେଳେ ଦିଲ୍ଲୀ ପାଇଁ ଦୁଃଖ ସାଜିଛି ଯମୁନା । ଯଦି ଲଗାଣ ବର୍ଷା ଲାଗି ରହେ ତେବେ ବିପଦ ସଙ୍କେତର ବହୁ ଉପରେ ଜଳସ୍ତର ରହିବ । ଯାହା ଦିଲ୍ଲୀ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି । ଲାଗୁଛି ବୁଡିଯିବ କି ଦିଲ୍ଲୀ ।