G-20 ଶିଖର ସମ୍ମିଳନୀ ପାଇଁ ଚମକୁଛି ଦିଲ୍ଲୀ

G-20 ଶିଖର ସମ୍ମିଳନୀରେ ସାମିଲ ହେବେ ୧୯ ରାଷ୍ଟ୍ରମୁଖ୍ୟ !

G-20 ଶିଖର ସମ୍ମିଳନୀ ପାଇଁ ବେସ ଚକମକ ହେଉଛି ରାଜଧାନୀ ଦିଲ୍ଲୀ । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି G-20 ଶିଖର ସମ୍ମିଳନୀ । ଯେଉଁଥିରେ ଯୋଗଦାନ କରିବେ ବିଶ୍ଵର ବଡ ବଡ ନେତା । ଏଥି ନିମନ୍ତେ ସମସ୍ତ ପ୍ରକ୍ରିୟା ସୂଚାର ରୂପେ ସାରିଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ଵ ଦିଆଯାଇଛି । ଖାଲି ସେତିକି ନୁହେଁ ବିମାନ ବନ୍ଦରରୁ ରେଲୱେ ଷ୍ଟେସନ ସବୁଠି କଡା ପାଟ୍ରୋଳିଙ୍ଗ ଦେଖିବାକୁ ମିଳିଛି । ଏହା ସହ ରାଜଧାନୀକୁ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ପ୍ରଗତି ମୈଦାନରେ ନିକଟରେ ଥିବା ଭାରତ ମଣ୍ଡପରେ ଏହି ବୈଠକ ବସିବ ।

ବୈଠକରେ G-୨୦ ରାଷ୍ଟ୍ରର ମୁଖ୍ୟମାନେ ସାମିଲ ହେବେ । ଆନ୍ତର୍ଜାତୀୟ ସମ୍ମିଳନୀ ପାଇଁ ଦିଲ୍ଲୀ ପୋଲିସ ସହ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ଡ୍ରୋନ କ୍ୟାମେରା ଲଗାଯାଇଛି । ପୁରା ଦିଲ୍ଲୀରେ ପୋଲିସ ଛାଉଣୀ ହୋଇଛନ୍ତି । ପାରାମିଲିଟାରୀ ଫୋର୍ସ, NSG ଟିମ୍ ଆଲର୍ଟରେ ରହିଛନ୍ତି । ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ, ସ୍ନାଇଫର ଡଗ୍ ଓ କାଉଣ୍ଟର ଡ୍ରୋନ ମୁତୟନ ହୋଇଛନ୍ତି । ଦିଲ୍ଲୀ ଟ୍ରାଫିକ୍ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି ହୋଇଛି । ବୈଠକରେ ସାମିଲ ପାଇଁ ଆସୁଛନ୍ତି ୧୯ଟି ଦେଶର ରାଷ୍ଟ୍ରମୁଖ୍ୟ । ତେବେ ଏହି ବୈଠକକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସାରା ବିଶ୍ଵର ମଧ୍ୟ ନଜର ରହିଛି ।