ସଂସଦ ଉପରେ ଖଲିସ୍ଥାନୀ ଆତଙ୍କବାଦୀଙ୍କ ଆକ୍ରମଣ ଧମକ

ସଂସଦ ଉପରେ ଆକ୍ରମଣ ଧମକ

ସଂସଦ ଉପରେ ଆକ୍ରମଣ ପାଇଁ ଧମକ । ଭିଡିଓ ଜାରି କରି ଆକ୍ରମଣ ଧମକ ଦେଲା ଖଲିସ୍ଥାନୀ ଆତଙ୍କବାଦୀ ଗୁରୁପନ୍ଥ ସିଂ ପନ୍ନୁର ଧମକ । ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ, ସଂସଦ ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଧମକ ଦେଇଛନ୍ତି । ଆମେରିକାରେ ରହୁଥିବା ଆତଙ୍କବାଦୀ ଗୁରୁପନ୍ତ ସିଂ ପନ୍ନୁ ଭିଡିଓ ଜାରି କରି ସଂସଦ ଉପରେ ଆକ୍ରମଣ କରିବାକୁ ଧମକ ଦେଇଛି । ଧମକ ମିଳିବ ପରେ ସତର୍କ ରହିଛି ଦିଲ୍ଲୀ ପୋଲିସ । ଡିସେମ୍ବର ୧୩ପୂର୍ବରୁ ଆକ୍ରମଣ କରିବାକୁ ଧମକ ଦେଇଛି ଗୁରୁପନ୍ଥ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଗୁରୁପନ୍ଥ ରିଲିଜ କରିଥିବା ଭିଡିଓ ପୋଷ୍ଟରରେ ୨୦୦୧ ପାର୍ଲାମେଣ୍ଟ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ଅଫଜଲ ଗୁରୁର ଫଟୋ ଲାଗିବା ସହ ଦିଲ୍ଲୀ ବନେଗା ଖଲିସ୍ତାନ କ୍ୟାପସନ ଦିଆଯାଇଛି । ଗୁରୁପନ୍ଥ ଜଣେ କାନାଡା ଓ ଆମେରିକା ନାଗରିକ ଏବଂ ଶିଖସ୍ ଫର ଜଷ୍ଟିସ ସଂଗଠନର ନେତା । ଏକ ସ୍ବତନ୍ତ୍ର ଶିଖ୍ ଭୂଖଣ୍ଡ ଗଠନ ଲାଗି ସେ ଆହ୍ବାନ ଦେଇଥାଏ ।

ପଞ୍ଜାବ ଅମ୍ରିତସରରେ ଜନ୍ମିତ ପନ୍ନୁନ ୧୯୯୦ରେ ଶିଖସ୍ ଫର ଜଷ୍ଟିସ ସଂଗଠନ ଗଠନ କରିବା ସହ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ ହୋଇଆସିଛି । ଆତଙ୍କବାଦୀ ଅଫଜଲ ଗୁରୁ ସହ ତାର ଫଟୋ ରହିଛି । ସଂସଦ ଉପରେ ଆକ୍ରମଣ ମାମଲାରେ ଆତଙ୍କବାଦୀ ଅଫଜଲ ଗୁରୁକୁ ୨୦୧୩ରେ ଫାଶୀ ଦିଆଯାଇଥିଲା । ଏପରିକି ପୋଷ୍ଟରରେ ଦିଲ୍ଲୀ ବନେଗା ଖଲ୍ଲୀସ୍ଥାନ ବୋଲି ଲେଖା ରହିଛି । ତେବେ ଗୁରୁପନ୍ଥ ଭଳି ଆତଙ୍କବାଦୀ ଏଭଳି ଭିଡିଓ ଜାରି କରିବା ପରେ, ଦିଲ୍ଲୀ ପୋଲିସ ସତର୍କ ହୋଇଛି । ସଂସଦ ସମେତ ପୂରା ଦିଲ୍ଳୀର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । କିଛି ଦିନ ତଳେ ଗୁରୁପନ୍ଥକୁ ହତ୍ୟା କରିବା ପାଇଁ ଭାରତ ସରକାରଙ୍କ ଜଣେ ଅଧିକାରୀ ଉଦ୍ୟମ କରିଥିଲେ ବୋଲି ଆମେରିକା କହିଥିଲା । ଏହାକୁ ନେଇ ଭାରତ ସରକାରଙ୍କୁ ଆମେରିକା ପକ୍ଷରୁ ଜବାବ ମଗା ଯାଇଥିଲା ।