ପୁଣି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଜାମିନ ଆବେଦନ ଖାରଜ ସହ ଲାଗିଲା ଜରିମାନା

ପୁଣି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଖାରଜ ହେଲା ଅନ୍ତରୀଣ ଜାମିନ୍ ଆବେଦନ । ଆବେଦନ ଖାରଜ କରିବା ସହ ଆବେଦନକାରୀଙ୍କ ଉପରେ ଜରିମାନା ଲଗାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ହୋଇଛି। କୋର୍ଟ କେଜ୍ରିଓ୍ଵାଲଙ୍କ ଜାମିନ ଆବେଦନକୁ ଖାରଜ କରିବା ସହ ଆବେଦନକାରୀ ଓକିଲଙ୍କୁ ୭୫ ହଜାର ଟଙ୍କା ଜରିମାନା କରିଛନ୍ତି। କେଜ୍ରିୱାଲଙ୍କ ପାଇଁ ପିଟିସନ୍ ଦାଏର କରିଥିବା ଓକିଲଙ୍କ ଉପରେ ବର୍ଷିଛନ୍ତି ହାଇକୋର୍ଟ । ଏହି ପିଟିସନ ସମ୍ପୂର୍ଣ୍ଣ ଆଦୌ ଗ୍ରହଣୀୟ ନୁହେଁ। ଏଭଳି ପିଟିସନ୍ ଦାଖଲ କରିଥିବା ବ୍ୟକ୍ତି ଜଣକ କିଏ ବୋଲି ପ୍ରଶ୍ନ କରିଛନ୍ତି । ଏହି ପିଟିସନ୍ ପବ୍ଲିସିଟି ପାଇଁ କରାଯାଇଛି ବରଂ ଏହା ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ବୋଲି କୋର୍ଟ କହିଛନ୍ତି ।