ଜେଲରେ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା

କେଜ୍ରିୱାଲଙ୍କ ପାଇଁ ଜେଲରେ ସ୍ୱତନ୍ତ୍ର ମେଡିକାଲ ବୋର୍ଡ

ଜେଲରେ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା। ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ହେଲା ସ୍ୱତନ୍ତ୍ର ମେଡିକାଲ ବୋର୍ଡ, ଏମସର ୫ଜଣ ଡାକ୍ତର କରିବେ ସ୍ୱାସ୍ଥ୍ୟ ପରୀକ୍ଷା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଜେଲରେ ମାରିଦେବାକୁ ଷଡଯନ୍ତ୍ର ଅଭିଯୋଗ ଆଣିଥିଲେ ଆପ ମନ୍ତ୍ରୀ ଅତିଶି । କହିଥିଲେ ଡାଇବେଟିସ୍ ସତ୍ୱେ ଦିଆଯାଉନାହିଁ ଇନସୁଲିନ ଏହାର ଶୁଣାଣୀ ପରେ କୋର୍ଟ ସ୍ୱାସ୍ଥ୍ୟ ଯାଂଚ ପାଇଁ ଆଦେଶ ଦେଇଥିଲେ ।ଏଥିସହ ଗତକାଲି ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ନିର୍ଦେଶ ଦେଇଛନ୍ତି କୋର୍ଟ। ଦିଲ୍ଲୀ ଏମସର ୫ ଜଣିଆ ଡାକ୍ତର ଟିମ ସ୍ୱାସ୍ଥ୍ୟ ଯାଂଚ ପାଇଁ ଟିମ ଗଠନ କରାଯାଇଛି । କୋର୍ଟଙ୍କ ଆଦେଶ ଅନୁଯାୟୀ ତାଙ୍କୁ ଘରୋଇ ଖାଇବା ଦିଆଯାଉଛି ।