ଜେଲରୁ ସରକାର ଚଳାଉଛନ୍ତି କେଜ୍ରିୱାଲ

ତିହାର ଜେଲରୁ କେଜ୍ରିୱାଲଙ୍କ ଅର୍ଡର, ଚିଠି ପଢ଼ି କାନ୍ଦିଲେ ଆତିଶି

ଜେଲରୁ ସରକାର ଚଳାଉଛନ୍ତି କେଜ୍ରିୱାଲ । ତିହାର ଜେଲରୁ ଜାରି କଲେ ପ୍ରଥମ ଅର୍ଡର । ଜଳ ମନ୍ତ୍ରଣାଳୟ ସମ୍ବନ୍ଧରେ ଏକ ନିଦେ୍ର୍ଦଶ ଦେଇଛନ୍ତି । ସେ ଜଳ ମନ୍ତ୍ରୀ ଆତିଶି ମାର୍ଲେନାଙ୍କୁ ଏକ ନୋଟ ମାଧ୍ୟମରେ ଏହି ନିର୍ଦ୍ଦେଶ ଦେଇଛନ୍ତି। କେଜ୍ରିୱାଲଙ୍କ ଏଭଳି ନିର୍ଦ୍ଦେଶ ଜାରି ପରେ ଆତିଶି କହିଛନ୍ତି , ଜେଲରେ ଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଜନସାଧାରଣଙ୍କ ପ୍ରତି ଚିନ୍ତା ରହିଛି। ‌ତେଣୁ ସେ ଜେଲରୁ ନିର୍ଦ୍ଦେଶ ଜାରି କରି ସରକାର ଚଳାଉଛନ୍ତି। ଅପରପକ୍ଷରେ ବିଜେପି ସରକାର ଗଣତନ୍ତ୍ରର କଣ୍ଠରୋଧ କରିବାକୁ ପ୍ରୟାସ କରୁଥିବା ସେ କହିଛନ୍ତି। ଜନସାଧାରଣ ଏହାର କଡ଼ା ଜବାବ ଦେବେ ବୋଲି ଆତିଶି କହିଛନ୍ତି। ନିର୍ବାଚନ ପାଖେଇ ଆସିବା ସହିତ ବିଜେପିର ଭୟ ବୃଦ୍ଧି ପାଉଥିବା ସେ କହିଛନ୍ତି।