ୱାୟନାଡ଼ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୬୦କୁ ବୃଦ୍ଧି
କେରଳରେ ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୧୬୦ ଟପିଛି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ, ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ୱାୟନାଡ଼ର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଗୋଟିଏ ନୁହେଁ, ତିନି ତିନିଟି ଭୂସ୍ଖଳନ ଯୋଗୁଁ ସବୁକିଛି ନିଶ୍ଚିହ୍ନ ହୋଇଯାଇଛି । ଆଉ ଭୂସ୍ଖଳନ ସ୍ଥଳରୁ ସାମ୍ନାକୁ ଆସୁଛି ଗୋଟିକ ପରେ ଗୋଟିଏ ଭୟଙ୍କର, ଛାତି ଥରାଇ ଦେଲା ଭଳି ଦୃଶ୍ୟ । ମାଟିରେମିଶିଯାଇଛି ବିସ୍ତୀର୍ଣ୍ଣ ଜନବସତି। ଧୋଇ ଯାଇଛି ରାସ୍ତାଘାଟ। ଛିନ ଛତର ରେଳ ଧାରଣା । ଭୂସ୍ଖଳନ ବିପର୍ଯ୍ୟୟ ପରେ ଯ଼ୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସ୍କ୍ୟୁ ଅପରେସନ ।
