ଦାଉଦ ଇବ୍ରାହିମକୁ ବିଷ ଦେଇ ହତ୍ୟା ଉଦ୍ୟମ

କୁଖ୍ୟାତ ଡନ୍ ଦାଉଦ ଇବ୍ରାହିମକୁ ବିଷ ଦେଲା କିଏ?

କୁଖ୍ୟାତ ଡନ୍ ଦାଉଦ ଇବ୍ରାହିମକୁ ବିଷ ଦେଲା କିଏ? ବିଷକ୍ରିୟା ଯୋଗୁଁ ମେଡିକାଲରେ ଚିକିତ୍ସିତ ହେଉଛି ଦାଉଦ । ପାକିସ୍ତାନର ବିଭିନ୍ନ ଜାଗାରେ ଇଣ୍ଟରନେଟ ବନ୍ଦ । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ଦାଉଦ ଇବ୍ରାହିମ । ଭାରତ ବିରୋଧରେ ସବୁବେଳେ ଷଡ଼ଯନ୍ତ୍ର କରିଥାଏ ଦାଉଦ । ଦାଉଦ ଇବ୍ରାହିମ ଅଣ୍ଡର ୱାଲ୍ଡ ଡନ୍ ଭାବେ ଭାରତ ପାଇଁ ମୋଷ୍ଟ ୱାଣ୍ଟେଡ । ଜାତିସଂଘ ଦ୍ୱାରା ମଧ୍ୟ ଆତଙ୍କବାଦୀ ଘୋଷଣା କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ ଯେଉଁ ହସ୍ପିଟାଲରେ ଦାଉଦ୍‌ଙ୍କୁ ଭର୍ତ୍ତି କରାଯାଇଛି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସେହି ଫ୍ଲୋରରେ ସେ ହିଁ ଏକମାତ୍ର ରୋଗୀ ଭାବେ ରହିଥିବା ଜଣାପଡ଼ିଛି। ତାଙ୍କ ନିକଟକୁ କେବଳ ହସ୍ପିଟାଲର ଉପରିସ୍ଥ କର୍ତ୍ତୁପକ୍ଷ ଓ ତାଙ୍କ ନିକଟ ସମ୍ପର୍କୀୟଙ୍କୁ ହିଁ ଛଡ଼ାଯାଉଛି। ପାକିସ୍ତାନରେ ଦାଉଦ୍‌ଙ୍କୁ ବିଷ ଦିଆଯାଇଥିବା ଖବର ପ୍ରସାରିତ ହେବା ପରେ ପାକିସ୍ତାନରେ ଇଣ୍ଟରନେଟ୍‌ ସର୍ଭର ଡାଉନ୍‌ ଥିବା ଖବର ଆସିଛି। ପାକିସ୍ତାନର ଲାହୋର, କରାଚି, ଇସଲାମାବାଦ ପରି ଦେଶର ଅନେକ ବଡ଼ ବଡ଼ ସହରରେ ମଧ୍ୟ ଇଣ୍ଟରନେଟ୍ ସର୍ଭର ଡାଉନ୍‌ ରହିଛି। ଏହା ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ, ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ମଧ୍ୟ କାମ କରୁନାହିଁ। ସୂଚନା ଅନୁସାରେ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ଦାଉଦ୍‌ ଇବ୍ରାହିମ୍‌।