କେଜ୍ରିୱାଲଙ୍କ ଘରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ

କେଜ୍ରିୱାଲଙ୍କ ଘରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ

କେଜ୍ରିୱାଲଙ୍କ ଘରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ। ଏକ ନୋଟିସ୍ ଦେବାକୁ କେଜ୍ରିୱାଲଙ୍କ ଦିଲ୍ଲୀ ବାସଭବନକୁ ଯାଇଛି ଦିଲ୍ଲୀ ପୋଲିସ। କିଛି ଦିନ ତଳେ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ, ତାଙ୍କ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ବିଜେପି ଏବଂ ଆପ୍ ସରକାରକୁ ଅସ୍ଥିର କରିବାକୁ ଷଡ଼ଯନ୍ତ୍ର କରିଛି। ପ୍ରତ୍ୟେକ ବିଧାୟକ ପିଛା ୨୫ କୋଟି ଟଙ୍କାର ଲୋଭ ଦେଖାଇ ୭ ଜଣ ଆପ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି ବିଜେପି । କେଜ୍ରିୱାଲଙ୍କ ଏହି ମନ୍ତବ୍ୟ ବିରୋଧରେ ବିଜେପି ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲା। ସେହି ମାମଲାରେ କେଜ୍ରିୱାଲଙ୍କୁ ନୋଟିସ୍ ଦେଇଛି ଦିଲ୍ଲୀ ପୋଲିସ। ଆଗରୁ ହିଁ ମୋଦି ସରକାର ଓ କେଜ୍ରିୱାଲଙ୍କ ମଧ୍ୟରେ ଟଣା ଓଟରା ଚାଲିଛି। ଦିଲ୍ଲୀ ମଦ ଦୁର୍ନୀତିରେ କେଜ୍ରିୱାଲଙ୍କୁ ପାଞ୍ଚ ଥର ହେଲାଣି ସମନ୍ ଜାରି କରିଛି ଇଡି। କିନ୍ତୁ ରାଜନୀତି ଦୃଷ୍ଟିରୁ ହଇରାଣ କରାଯାଉଥିବା କହି ଥରଟେ ବି ଇଡିରେ ହାଜର ହୋଇ ନାହାନ୍ତି କେଜ୍ରିୱାଲ। ମଦ ଦୁର୍ନୀତିରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ପୂର୍ବତନ ସାଂସଦ ସଂଜୟ ସିଂହଙ୍କୁ ଗିରଫ କରିଛି ଇଡି।