କୋହଲିଙ୍କ ସୋସିଆଲ ମିଡିଆ ଇନକମ୍ ଜାଣିଲେ ଉଡିଯିବ ହୋସ୍

ଜାଣନ୍ତୁ ଗୋଟିଏ ପୋଷ୍ଟରୁ କେତେ ଇନକମ୍ କରନ୍ତି କୋହଲି

ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି । ବର୍ତ୍ତମାନ ସେ ଖେଳ ଅପେକ୍ଷା ସୋସିଆଲ୍‌ ମିଡିଆରେ ବ୍ଲଗ୍‌ ପୋଷ୍ଟ୍‌ କରି ତା’ଠାରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ଆପଣ ଜାଣିନଥିବେ ବୋଧହୁଏ, ଭିଡିଓ ବ୍ଲଗିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସର୍ବାଧିକ ରୋଜଗାର କରୁଥିବା ଭାରତୀୟ ହେଉଛନ୍ତି କୋହଲି। କୋହଲି ଇନଷ୍ଟାଗ୍ରାମରେ ୨୦୨୩ରେ ପୋଷ୍ଟ କରିଥିବା ପ୍ରତ୍ୟେକ ପୋଷ୍ଟ ପାଇଁ ଆଶ୍ଚର୍ଯ୍ୟଜନକ ପରିମାଣର ଅର୍ଥ ପାଆନ୍ତି। ସେ ତାଙ୍କର ପ୍ରାୟ ଗୋଟିଏ ପ୍ରାୟୋଜିତ ପୋଷ୍ଟରେ ୧୪ କୋଟି ଟଙ୍କା ଆୟ କରନ୍ତି। ଏହି ତାଲିକାରେ ପ୍ରସିଦ୍ଧ ଫୁଟବଲ ଖେଳାଳି କ୍ରିଷ୍ଟିଆନୋ ରୋନାଲଡୋ ଶୀର୍ଷରେ ରହିଛନ୍ତି। ତା’ପରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଅଛନ୍ତି ଲିଓନେଲ ମେସି। କ୍ରିଷ୍ଟିଆନୋ ରୋନାଲଡୋ ତାଙ୍କର ଗୋଟାଏ ପୋଷ୍ଟ ପାଇଁ ୨୬.୭୫ କୋଟି ଟଙ୍କା ପାଆନ୍ତି। ସେହିପରି ମେସି ତାଙ୍କର ଗୋଟାଏ ପୋଷ୍ଟରୁ ୨୧.୪୯ କୋଟି ଟଙ୍କା ଆୟ କରନ୍ତି। ବିଶ୍ୱର ଶ୍ରେଷ୍ଠ ୨୦ ଜଣକିଆ ତାଲିକାରେ ସ୍ଥାନ ପାଇଥିବା ବିରାଟ କୋହଲି ଏକମାତ୍ର ଭାରତୀୟ। ସେ ଇନଷ୍ଟାଗ୍ରାମରେ ପୋଷ୍ଟ ପାଇଁ ୧.୩୮ ମିଲିୟନ ଆମେରିକୀୟ ଡଲାର ଚାର୍ଜ କରନ୍ତି। ଗୋଟିଏ ପୋଷ୍ଟରୁ ତାଙ୍କର ରୋଜଗାର ହେଉଛି ପ୍ରାୟ ୧୧.୪୫ କୋଟି ଟଙ୍କା। ବର୍ତ୍ତମାନ କୋହଲିଙ୍କ ଇନ୍‌ଷ୍ଟାଗ୍ରାମ୍‌ ପ୍ଲାଟଫର୍ମରେ ୨୫୬ ମିଲିୟନ୍‌ ଫଲୋୟର୍ସ ଅଛନ୍ତି। ଏହି ତାଲିକାରେ ଥିବା ଭାରତୀୟଙ୍କ ମଧ୍ୟରେ ବଲିଉଡ ଏବଂ ହଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ ୨୯ ତମ ସ୍ଥାନରେ ଅଛନ୍ତି। ସେ ପ୍ରତି ପୋଷ୍ଟ ପାଇଁ ପ୍ରାୟ ୪.୪୦ କୋଟି ଟଙ୍କା ପାଆନ୍ତି।