ଟମାଟୋ ଟ୍ରକ୍ ଚୋରି କରିଥିଲେ ଦମ୍ପତି

ଧନୀ ହେବା ନିଶାରେ ହାଇଜାକ୍ କରିଥିଲେ ଟମାଟୋ ଟ୍ରକ୍

କର୍ଣ୍ଣାଟକାର ବେଙ୍ଗାଲୁରୁରୁ ଟମାଟୋ ଟ୍ରକ ଲୁଟ୍ ଘଟଣାର ପର୍ଦ୍ଦାଫାସ । ଗୋଟିଏ ଦମ୍ପତି ଶୀଘ୍ର ଧନୀ ହେବା ନିଶାରେ ଟମାଟୋ ବୋଝେଇ ଟ୍ରକ୍‌କୁ ଚୋରି କରିଥିଲେ । ଏନେଇ ତଦନ୍ତ ପରେ ଘଟଣାର ସତ୍ୟତା ସାମ୍ନାକୁ ଆଣିଛି ପୋଲିସ । ୩୮ ବର୍ଷୀୟ ଏମ ଭାସ୍କରନ ଓ ତାଙ୍କର ୩୫ ବର୍ଷୀୟ ପତ୍ନୀ ସିନ୍ଧୁଜା ବେଙ୍ଗାଲୁରୁରୁ ଟ୍ରକ୍‌ ଭର୍ତ୍ତି ଟମାଟୋ ଚୋରି କରିବା ସହ ଏହାକୁ ତାମିଲନାଡୁରେ ୧.୬ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ଦେଶରେ ଟମାଟୋ ଦାମ ଅଧିକ ଥିବା ବେଳେ ଯୋଗାଣ ମଧ୍ୟ ଠିକ ଭାବେ ହୋଇପାରୁନି । ଏହାର ଫାଇଦା ଉଠାଇ ଏହି ଦମ୍ପତି ଟମାଟୋ ବୋଝେଇ ଟ୍ରକ୍‌କୁ ହାଇଜ୍ୟାକ କରିବା ସହ ଏହାକୁ ବିକ୍ରି କରିଥିଲେ । ପୋଲିସ୍‌ ଉଭୟଙ୍କୁ ଗିରଫ କରିବା ସହ କେମିତି ଦୁର୍ଘଟଣାର ନାଁରେ ଟ୍ରକ୍‌କୁ ହାଇଜ୍ୟାକ କରାଯାଇଥିଲା, ସେକଥା ମଧ୍ୟ କହିଛି।