ପରିବାରବାଦ ଶେଷ ହେବ: ଅମିତ ଶାହା
ବିଜେପି ରାଷ୍ଟ୍ରୀୟ ଅଧିବେଶନର ଦ୍ୱିତୀୟ ଦିନରେ କଂଗ୍ରେସ ଉପରେ ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ସେ କହିଛନ୍ତି, ‘ସମ୍ପୂର୍ଣ୍ଣ ରୂପେ ଶେଷ ହେବ ପରିବାରବାଦ। କଂଗ୍ରେସ ପରିବାରବାଦକୁ ପ୍ରୋତ୍ସାହିତ କରୁଛି। ଇଣ୍ଡି ଆଲାଏନ୍ସ ଅର୍ଥ ୭ ପରିବାରବାଦୀ ଦଳ। ଏମାନଙ୍କ ଦଳରେ ଗଣତନ୍ତ୍ର ନାହିଁ, ତେଣୁ ଦେଶରେ ଗଣତନ୍ତ୍ର କିପରି ହେବ?’ ଏହି ମେଣ୍ଟରେ ସାମିଲ ହୋଇଥିବା ସମସ୍ତ ଦଳ ଦୁର୍ନୀତିରେ ବୁଡି ରହିଛନ୍ତି। ଆମ୍ ଆଦମୀ ପାର୍ଟି ଦିଲ୍ଲୀରେ ଅନେକ ଦୁର୍ନୀତି କରିଛି। ପାଣ୍ଡବ ଏବଂ କୌରବଙ୍କ ପରି ଲୋକସଭା ନିର୍ବାଚନ ପୂର୍ବରୁ ଦୁଇଟି ଶିବିର ଗଠନ ହୋଇଛି। ମୋଦିଙ୍କ ନେତୃତ୍ୱରେ ପ୍ରଥମ ଶିବିର ହେଉଛି ଏନଡିଏ ମିଳିତ ମଞ୍ଚ, ଦେଶ ହେଉଛି ଆମର ମେଣ୍ଟର ଆଧାର। କିନ୍ତୁ ଇଣ୍ଡିଆ ମେଣ୍ଟ ପରିବାରବାଦର ପୋଷକ ଅଟେ। ପରବର୍ତ୍ତୀ ନିର୍ବାଚନ ଡେଭଲପମେଣ୍ଟ ଆଲାଇନ୍ସ ବନାମ ଡାଇନାଷ୍ଟିକ୍ ଆଲାଇନ୍ସ ମଧ୍ୟରେ ହେବ। ପରିବାରବାଦ ସମ୍ପୂର୍ଣ୍ଣ ରୂପେ ଶେଷ ହେବ।’ଆମେ ଦେଶର ବିକାଶ ବିଷୟରେ ଚିନ୍ତା କରୁଛୁ। କିନ୍ତୁ ବିରୋଧୀ ଇଣ୍ଡିଆ ମେଣ୍ଟର ନେତାମାନେ ସେମାନଙ୍କ ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ କରିବାକୁ ଚିନ୍ତା କରୁଛନ୍ତି। କଂଗ୍ରେସ ଏବଂ ଇଣ୍ଡି ଆଲାଇନ୍ସ ଦଳ, ଆଦିବାସୀ ତଥା ପଛୁଆ ସମ୍ପ୍ରଦାୟକୁ ଏକ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଥିଲା। କିନ୍ତୁ ପ୍ରଥମ ଥର ପାଇଁ ସେମାନଙ୍କୁ ସମ୍ମାନ ଓ ଭାଗିଦାରି ଦେବା କାମ ବିଜେପିର ମୋଦି ସରକାର କରିଥିଲେ ଶାହ କହିଛନ୍ତି।ସେ ଆହୁରି କହିଛନ୍ତି, ଗତ ଦଶ ବର୍ଷ ମଧ୍ୟରେ ସମାଜର ପ୍ରତ୍ୟେକ ବିଭାଗର ବିକାଶ ପାଇଁ ଉଦ୍ୟମ କରାଯାଇଛି। ତେଣୁ ଲୋକମାନେ ସ୍ଥିତର କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି କ୍ଷମତାରେ ରହିବେ। ଏଥିରେ କୌଣସି ସନ୍ଦେହ ନାହିଁ। ଆତଙ୍କବାଦ ଏବଂ ନକ୍ସଲବାଦ ସମାପ୍ତ ହେବାକୁ ଯାଉଛି, ମୋଦି ସରକାରଙ୍କ ତୃତୀୟ କାର୍ୟ୍ୟକାଳରେ ଦେଶ ସେମାନଙ୍କଠାରୁ ମୁକ୍ତ ହେବ।