୨୦ରୁ ଅଧିକ ଦେଶକୁ ବ୍ୟାପିଲା କରୋନା ସଂକ୍ରମଣ
୫ ବର୍ଷ ପରେ ପୁଣି ଥରେ କାୟା ମେଲାଇବା ଆରମ୍ଭ କରିଛି କରୋନା ଭୁତାଣୁ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦ୍ୟତମ ସଂଖ୍ୟା ଦର୍ଶାଉଛି ଯେ ଏହି ସମୟରେ ଭାରତ ସମେତ ୨୦ରୁ ଅଧିକ ଦେଶରେ କରୋନା ଭାଇରସ ମାମଲା ରିପୋର୍ଟ ହୋଇଛି। ପ୍ରତିଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଭାରତରେ ସକ୍ରିୟ କୋଭିଡ୍ ମାମଲା ୧୦୧୦ରେ ପହଞ୍ଚିଛି । କେରଳରେ ସର୍ବାଧିକ ୩୪୦ଟି ମାମଲା ଚିହ୍ନଟ ହୋଇଛି । ଏଥର କରୋନାର ପ୍ୟାଟର୍ଣ୍ଣ JN.1, BA.2.86 ମାମଲା ବୃଦ୍ଧି ପାଉଛି। ଏହି ଭାରିଆଣ୍ଟଗୁଡ଼ିକ ଦ୍ରୁତ ଗତିରେ ବ୍ୟାପିବାର କ୍ଷମତା ରଖେ, କିନ୍ତୁ ଏପର୍ଯ୍ୟନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ଭାରତର ଆଇସିଏମଆର ପକ୍ଷରୁ ନିଶ୍ଚିତଭାବେ କିଛି କୁହାଯାଇନାହିଁ। ତେବେ କେତେକ ରାଜ୍ୟରେ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି ।
