ମମତାଙ୍କୁ ମାରିବାକୁ ଷଡଯନ୍ତ୍ର !

ବିପଦରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବେ ସୁରକ୍ଷିତ ନାହାନ୍ତି ମମତା । ଆଜି ଜଣେ ସନ୍ଦିଗ୍ଧ ବନ୍ଧୁକ ଧରି ମମତା ବାନାର୍ଜୀଙ୍କ ବାସଭବନ ମଧ୍ୟକୁ ପ୍ରବେଶ କରିଥିବା ବେଳେ ପୋଲିସ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି । ମମତାଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି । ତେବେ ସୂଚନା ଅନୁଯାୟୀ ଆଜି ସକାଳୁ ଯୁବକ ଜଣଙ୍କ ନିଶାସକ୍ତ ଅବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ତେବେ ଏହି ସମୟରେ ପୋଲିସ ଉକ୍ତ ଯୁବକଙ୍କୁ କାବୁ କରିଥିବା ପୋଲିସ କହିଛି ।

ତେବେ ଗିରଫ କରିବା ସାମରେ ସେହି ବ୍ୟକ୍ତି ଜଣଙ୍କ ପକ୍ଷରୁ ଏକ ବନ୍ଧୁକ, ଛୁରି ଓ ଅନ୍ୟ କିଛି ସାମଗ୍ରୀ ଜବତ ହୋଇଛି । ଅଭିଯୁକ୍ତ ଆସିଥିବା କାରରେ ପୋଲିସ ଷ୍ଟିକର ଲାଗିଛି । ଏହାଛଡ଼ା ଅଭିଯୁକ୍ତଠାରୁ ବିଭିନ୍ନ ଏଜେନ୍ସିର ଆଇ-କାର୍ଡ ମଧ୍ୟ ପୋଲିସ ଜବତ କରିଛି । ପୋଲିସ ସୂଚନା ଅନୁଯାୟୀ ଯୁବକ ଜଣଙ୍କ ହେଲେ ଶେଖ ନୁର ଆମିନ । କେଉଁ ଉଦ୍ଦେଶ୍ୟରେ ସେ ମମତାଙ୍କ ବାସଭବନରେ ପ୍ରବେଶ କରୁଥିଲା, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ । ମମତାଙ୍କ ପାଖରେ ଜେଡ୍ ପ୍ଲସ୍ ସୁରକ୍ଷା ଥିବା ବେଳେ ଏତେ ବଡ ତ୍ରୁଟି କେମିତି ହେଲା ତାକୁ ନେଇ ଏବେ ଚାଲିଛି ତନାଘନା । ତେବ ଏହି ଘଟଣା ପରେ ମମତାଙ୍କୁ ମାରିଦେବାକୁ ଷଡଯନ୍ତ୍ର ହୋଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ତେବେ ଏହାର ସ୍ପଷ୍ଟତା ପାଇଁ ଆରମ୍ଭ ହୋଇଛି ଖୋଳତାଡ।