ତେଲେଙ୍ଗାନା କଂଗ୍ରେସର ହିରୋ ସାଜିଲେ ରେଭନ୍ତ ରେଡ୍ଡି

ତେଲେଙ୍ଗାନାରେ କଂଗ୍ରେସର ବଡ଼ ବିଜୟ

ତେଲେଙ୍ଗାନା କଂଗ୍ରେସର ହିରୋ ସାଜିଲେ ରେଭନ୍ତ ରେଡ୍ଡି । ଦଳ ଜିତିବା ପଛରେ ରେଭନ୍ତଙ୍କ ରହିଛି ବଡ଼ ଭୂମିକା । କର୍ଣ୍ଣାଟକରେ ଶିବକୁମାର, ତେଲେଙ୍ଗାନରେ ରେଭନ୍ତ । ରେଭନ୍ତ ରେଡ୍ଡି ହେବେ କି ଆଗାମୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ? ରାଜ୍ୟ ଗଠନ ପରେ ପ୍ରଥମ ଥର ବିଆରଏସ ବ୍ୟତିତ ଅନ୍ୟ ଏକ ଦଳ ଏଠାରେ ସରକାର ଗଠନ କରିବ। ରାଜ୍ୟରେ କଂଗ୍ରେସର ବିଜୟ ଶ୍ରେୟ ରେଭନ୍ତ ରେଡ୍ଡୀ ବୋଲି ଚର୍ଚ୍ଚା ହେଉଛି। ତେଲଙ୍ଗାନାରେ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁଛି। ତେଲଙ୍ଗାନାରେ ମୋଟ ଆସନ ସଂଖ୍ୟା ୧୧୯ ରହିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୬୦ ରହିଛି। କଂଗ୍ରେସ ତେଲଙ୍ଗାନାରେ ୬୩ ଆସନରେ ଆଗୁଆ ରହିଛି। ଏଠାରେ ବିଆରଏସ ୪୧ ଏବଂ ଭାଜପା ୮ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୭ ଆସନରେ ଆଗୁଆ ରହିଛନ୍ତି।