କଂଗ୍ରେସ ଜାରି କଲା ନିର୍ବାଚନୀ ଇସ୍ତାହାର

ନିର୍ବାଚନୀ ଇସ୍ତାହାର: ୫ ନ୍ୟାୟ ଏବଂ ୨୫ଟି ଗ୍ୟାରେଣ୍ଟି

ନିର୍ବାଚନୀ ଇସ୍ତାହାରରେ ୫ ନ୍ୟାୟର ପ୍ରତିଶ୍ରୁତି ଦେଲା କଂଗ୍ରେସ। ଆଜି ଲୋକସଭା ନିର୍ବାଚନ ନେଇ କଂଗ୍ରେସ ଘୋଷଣାପତ୍ର ଜାରି କରିଛି। ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଇସ୍ତାହାର ଜାରି କରି ୫ ନ୍ୟାୟ ଏବଂ ୨୫ଟି ଗ୍ୟାରେଣ୍ଟି ନେଇ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । କୃଷକ, ଶ୍ରମିକ, ମହିଳା, ଯୁବବର୍ଗ ଏବଂ ବେରୋଜଗାର ଉପରେ ଦଳ ଫୋକସ କରିଛି। ଇସ୍ତାହାର ଅନୁସାରେ ଘୋଷଣାପତ୍ରରେ ଦଳ ୫ ନ୍ୟାୟ – ‘ ଭାଗିଦାରୀ ନ୍ୟାୟ’, କୃଷକ ନ୍ୟାୟ. ନାରୀ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଯୁବା ନ୍ୟାୟକୁ ସାମିଲ କରିଛି ।

ଯଦି ଦଳ ଶାସନକୁ ଆସେ ତେବେ ଏସସି ଓ ଏସଟି ବର୍ଗଙ୍କ ସ୍ଥିତିକୁ ସଦୃଢ କରିବାକୁ ଦେଶରେ ଜାତି ଭିତ୍ତିକ ଜନଗଣନା କରାଇବ । ସମ୍ପୃକ୍ତ ଜାତିଙ୍କ ପାଇଁ ସ୍ୱତନ୍ତ୍ର ଆଜେଣ୍ଡା ପ୍ରସ୍ତୁତ କରିବ । ଏସସି, ଏସଟି ଓ ଓବିସି ପାଇଁ ସଂରକ୍ଷଣ ସୀମାକୁ ୫୦- ପ୍ରତିଶତକୁ ବୃଦ୍ଧି କରାଯିବ । ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ରହିବ । ଘର ନିର୍ମାଣ , ବ୍ୟବସାୟ କରିବାକୁ ଏସସି , ଏସଟି ବର୍ଗଙ୍କ ପାଇଁ ସଂସ୍ଥାଗତ ଋଣ ରାଣି ବୃଦ୍ଧି କରାଯିବ । ଓବିସି, ଏସସି, ଏସଟି ଛାତ୍ର ଛାତ୍ରୀଙ୍କ ପାଇଁ ସ୍କଲାରସିପ ରାଶିକୁ ୨ ଗୁଣା ବଢଯିବ । ବିଶେଷ କରି ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ଲାଗୁ କରାଯିବ । ଗରିବ, ଓ ଏସସି ,ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆବାସିକ ବିଦ୍ୟାଳୟ ବ୍ୟବସ୍ଥାର ନେଟୱାର୍କ କରାଯିବ । ଏହାସହ ‘ଶ୍ରମ ନ୍ୟାୟ’ ଆଧାରରେ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଅଧିକାର, ଦୈନିକ ସର୍ବନିମ୍ନ ମଜୁରି ୪୦୦ ଟଙ୍କା ସୁନିଶ୍ଚିତ କରିବା ଏବଂ ସହରାଂଚଳରେ ରୋଜଗାରର ଗ୍ୟାରେଂଟି ଦେବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ଏହା ସହ ‘ମହିଳା ନ୍ୟାୟ’ ଅଧୀନରେ ମହାଲକ୍ଷ୍ମୀ ଗ୍ୟାରେଂଟି ଅଧୀନରେ ଗରିବ ପରିବାରର ମହିଳାମାନେ ବାର୍ଷିକ ଏକ ଲକ୍ଷ ଟଙ୍କା ଦେବା ସହ ଅନେକ ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଦଳ କ୍ଷମତାକୁ ଆସିଲେ କେନ୍ଦ୍ର ସରକାରରେ ବର୍ଷକୁ ୩୦ ଲକ୍ଷ ନିଯୁକ୍ତି, ଗରିବ ପରିବାରର ମହିଳାଙ୍କୁ ବାର୍ଷିକ ୧ ଲକ୍ଷ ଟଙ୍କା, ଜାତିଗତ ଜନଗଣନା, ଏମଏସପିକୁ ଆଇନଗତ ମାନ୍ୟତା, ମନରେଗା ମଜୁରି ୪୦୦ ଟଙ୍କା, ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର ରୋକିବା ଏବଂ ପିଏମଏଲଏ ଆଇନରେ ପରିବର୍ତ୍ତନ ପାଇଁ ଘୋଷଣା କରାଯାଇଛି । କଂଗ୍ରେସର ଇସ୍ତାହାର ଦଳର ପାଂଚ ଜଣ ବିଚାରପତିଙ୍କୁ ଆଧାର କରି ପ୍ରସ୍ତୁତ ହୋଇଛି । ଇସ୍ତାହାର ପ୍ରକାଶ ପାଇବା ପୂର୍ବରୁ କଂଗ୍ରେସ ଘର ଘର ବୁଲି ଗ୍ୟାରେଂଟି ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନର ଏକ ଅଂଶ ଭାବରେ କଂଗ୍ରେସ କର୍ମୀମାନେ ଆସନ୍ତା କିଛି ସପ୍ତାହ ମଧ୍ୟରେ ସମଗ୍ର ଭାରତରେ ୮ କୋଟି ପରିବାରକୁ ୧୪ଟି ଭିନ୍ନ ଭିନ୍ନ ଭାଷାରେ ଛପାଯାଇଥିବା କାର୍ଡ ବାଂଟିବେ ।